Odia News Portal

Disney କରିବ ୪ ହଜାର କର୍ମଚାରୀଙ୍କ ଛଟେଇ: ଚିହ୍ନଟ କରିବା ପାଇଁ ମ୍ୟାନେଜରଙ୍କୁ ନିର୍ଦ୍ଦେଶ

ମନୋରଞ୍ଜନ କ୍ଷେତ୍ରରେ ଖୁବ ନାଁ କମାଇଥିବା ଡିସନି କର୍ମଚାରୀଙ୍କ ଉପରେ ନେଇଛି ଏକ ବଡ ପଦକ୍ଷପ । ନିଜର କର୍ମଚାରୀ କ୍ଷମତାରେ ହ୍ରାସ କରିବା ନେଇ ନିଷ୍ପତ୍ତି ନେଇଛି କମ୍ପାନୀ । ଅଫିସରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୪ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ କମ୍ପାନୀର ଯୋଜନା ରହିଛି । ଏହି ଏପ୍ରିଲ ମାସ ସୁଦ୍ଧା କର୍ମଚାରୀମାନଙ୍କୁ ଚିହ୍ନଟ କରିବା ପାଇଁ କମ୍ପାନୀର ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଛି ଡିସନି ରିପୋର୍ଟରୁ ଜଣାଯାଇଛି ଯେ, ଡିସନି କମ୍ପାନୀ ଏପ୍ରିଲ ମାସରେ ନିଜର ୪୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା କରୁଛି । ତେବେ ଏମାନଙ୍କୁ ଏକା ସାଙ୍ଗରେ ଛଟେଇ କରାଯିବ କିମ୍ବା ଧିରେ ଧିରେ ଏମାନଙ୍କୁ ଛଟେଇ କରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ କମ୍ପାନୀ । ତେବେ ଏହି ଜବ୍ କଟ୍ ଏପ୍ରିଲ ୩ ତାରିଖରେ ଡିସନିର ବାର୍ଷିକ ବୈଠକରେ ଏ ନେଇ ଘୋଷଣା ହୋଇଥିଲା । ଏହାସହିତ ଆଡଲ୍ଟମାନଙ୍କ ପାଇଁ ଜେନେରାଲ ଏଣ୍ଟରଟେନମେଣ୍ଟରେ ମଧ୍ୟ ହ୍ରାସ ପାଇବା ନେଇ ଘୋଷଣା ହୋଇଛି ।ଜେନେରାଲ ଏଣ୍ଟରଟେନମେଣ୍ଟର ବିଶେଷଜ୍ଞ କହିଛନ୍ତି ଯେ, ରଣନୈତିକ ପୁର୍ଗଠଡ଼ ଅଧୀନରେ ୩ଟି ମୁଳ ବ୍ୟବସାୟ ବିଭାଗ ରହିପାରିବ । ଏଥିରେ ଡିସନି ଏଣ୍ଟରଟେନମେଣ୍ଟ, ଇଏସପିଏନ ଏବଂ ଡିସନି ପାର୍କ, ଅଭିଜ୍ଞତା ଏବଂ ଉତ୍ପାଦ ଇତ୍ୟାଦି ସାମିଲ ରହିଛି । ଅର୍ଥନୈତିକ ଚାଲେଞ୍ଜ ରହିଥିବାରୁ ବିଶେଷ କରି ଏହି ପୁନର୍ଗଠନ ଅତ୍ୟଧିକ ମହଙ୍ଗା, ଶୃଙ୍ଖଳିତ ହେଉଛି ତେଣୁ ଏହି ବ୍ୟବସାୟକୁ ଦକ୍ଷତାର ସହ ଚଳାଇବା ପାଇଁ ପ୍ରତିଶ୍ରୁତି ରହିଛି । ତେବେ ଏହି ଦୃଷ୍ଟିରୁ କମ୍ପାନୀ ୫.୫ ବିଲିୟନ ଖର୍ଚ୍ଚ ସଞ୍ଚୟ କରିବା ପାଇଁ ଲକ୍ଷ୍ୟ ରଖିଥିବା ନେଇ ସିଇଓ ପ୍ରକାଶ କରିଛନ୍ତି ।