Odia News Portal

ବିଗବସ-୧୫ରେ ନଜର ଆସିବେ ରିୟା ଚକ୍ରବର୍ତ୍ତୀ

ବଲିଉଡ ଅଭିନେତ୍ରୀ ରିୟା ଚକବର୍ତ୍ତୀ ୨୦୨୦ରେ ଚର୍ଚ୍ଚାରେ ରହିଥିଲେ । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍‌କ ମୃତ୍ୟୁ ପରେ ତାଙ୍କ ନାଁ ବିବାଦ ଘେରକୁ ଆସିଯାଇଥିଲା । ଏବେ ପୁଣି ଥରେ ରିୟାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ରିୟା କୁଆଡେ ବିଗ୍ ବସ୍ ୧୫ରେ ଭାଗ ନେବେ । 

ତେବେ ସଲମାନ୍ ଖାନଙ୍କ ସୋ ବିଗ୍ ବସ୍ ୧୫କୁ ନେଇ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ଆସନ୍ତା ଅକ୍ଟୋବର ୨ ତାରିଖରେ ଏହା ଆରମ୍ଭ ହେବାକୁ ଯାୁଛି । ତେବେ ଶୋ ଆରମ୍ଭ ହେବା ପୂର୍ବରୁ ହିଁ କେଉଁ କେଉଁ ସେଲିବ୍ରିଟି ଏଥିରେ ଭାଗ ନେବେ ସେନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି । 

ତେବେ ସୂଚନା ଅନୁସାରେ, ଏବେ ଏହି ଶୋରେ ରିଆ ଚକ୍ରବର୍ତ୍ତୀ ଭାଗ ନେବେ ବୋଲି କୁହାଯାଉଛି । ରିୟା ଚକ୍ରବର୍ତ୍ତୀ ଏବଂ ଅଙ୍କିତା ଲୋଖଣ୍ଡେ ଉଭୟଙ୍କୁ ବିଗ୍ ବସ୍ ୧୫ ପାଇଁ ଅଫର ମଧ୍ୟ ଦିଆଯାଇଥିଲା । ତେବେ ଅଙ୍କିତା ଏଥିପାଇଁ ସିଧା ମନା କରିଦେଇଥିଲେ । ମାତ୍ର ରିୟା ମନା କରିନଥିଲେ । ନିକଟରେ ରିୟାଙ୍କୁ ବିଗ୍ ବସ୍ ଷ୍ଟୁଡିଓ ବାହାରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଚର୍ଚ୍ଚା ହେଉଛି କି ରିୟା ଏଥର ବିଗ୍ ବସ୍‌ରେ ନଜର ଆସିବେ ।