Odia News Portal

ହାଜର ନହେଲେ ଗିରଫ ହେବେ କଙ୍ଗନା!

ମୁମ୍ବାଇ: ପୁଣି ବଢ଼ିଲା କଙ୍ଗନାଙ୍କ ଅଡୁଆ । ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ଆସନ୍ତା ଶୁଣାଣିରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା । ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ ଆଗତ ମାନହାନି ମାମଲାର ଶୁଣାଣି କରି କୋର୍ଟ ଏହି ଚେତାବନୀ ଦେଇଛନ୍ତି ।

ଏପଟେ ବଡ ପରଦାରେ ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିବା ପରେ ଏବେ ଆଉ ଏକ ବଡ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି କଙ୍ଗନା ରଣାୱତ। ‘ଦ ଇନକାର୍ନେସନ- ସୀତା’ ରେ ମୁଖ୍ୟ ଚରିତ୍ର ଅର୍ଥାତ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିବେ କଙ୍ଗନା। ଯାହାକୁ ନେଇ ଏଇମାତ୍ର କିଛି ସମୟ ପୂର୍ବରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି।