Odia News Portal

କର୍ଣ୍ଣାଟକର ପ୍ରଥମ ଏମବିଏ ଟ୍ରାନ୍ସଜେଣ୍ଡରଙ୍କ ନିବେଶରେ ଚାଲିଛି ନାଇଟ୍ ଫୁଡ୍ ଷ୍ଟଲ

କର୍ଣ୍ଣାଟକର ତିନିଜଣ ଟ୍ରାନ୍ସଜେଣ୍ଡର ମିଶି ଏକ ଖାଦ୍ୟ ଷ୍ଟଲ୍ ଖୋଲିଛନ୍ତି, ଯାହା କର୍ଣ୍ଣାଟକର ଉଦୁପିରେ ବିଳମ୍ବିତ ରାତି ଯାଏ ଚାଲିଥାଏ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ସହରରେ ଏହା ହେଉଛି ପ୍ରଥମ ଖାଦ୍ୟ ଷ୍ଟଲ୍ ଯାହା ସାଧାରଣତଃ, ଦେଶର ସମସ୍ତ ପର୍ଯ୍ୟଟକଙ୍କୁ ବେଶି ଆତ୍କୃଷ୍ଟ କରିଥାଏ ।

ପୂର୍ବି, ବୈଷ୍ଣବି, ଚନ୍ଦନା ହେଉଛନ୍ତି ସେହି ତିନିଜଣ ଟ୍ରାନ୍ସଜେଣ୍ଡର ମହିଳା ଯେଉଁମାନେ ଦିନଥିଲା ଉଦୁପି ରାସ୍ତାରେ ଭିକ୍ଷା ମାଗିଥିଲେ। କିନ୍ତୁ କଠୋର ସାଧନା ଫଳରେ ସେମାନେ ଆଜି ସଫଳତାର ଶୀର୍ଷ ଛୁଇଁଛନ୍ତି । ସେମାନେ ଏବେ ବ୍ୟବସାୟରେ ମନୋନିବେଶ କରିଛନ୍ତି । ତେଣୁ ସେମାନେ ଏକ ନୂତନ ଜୀବନ ଆରମ୍ଭ କରିବାକୁ ସ୍ଥିର କଲେ । ସେମାନଙ୍କ ଦୁର୍ଦ୍ଦିନରେ ସେମାନେ ଅନୁଭବ କରିଥିଲେ ଯେ ବହୁ ପର୍ଯ୍ୟଟକ ବିଳମ୍ବିତ ରାତିରେ ଉପକୂଳବର୍ତ୍ତୀ ସହରରେ ଖାଦ୍ୟ ଖୋଜନ୍ତି ହେଲେ ଉପକୂଳବର୍ତ୍ତୀ ହୋଇଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଖାଦ୍ୟ କେହି ବିକ୍ରୟ କରନ୍ତି ନାହିଁ ।
ତେଣୁ କର୍ଣ୍ଣାଟକରେ ଏମବିଏ ପଢିଥିବା ପ୍ରଥମ ଟ୍ରାନ୍ସଜେଣ୍ଡର ସମୀଖା କୁନ୍ଦରଙ୍କ ସହାୟତାରେ ଏହି ତିନିଜଣ ସେଠାରେ ଏକ ଖାଦ୍ୟ ଷ୍ଟଲ ଖୋଲିଥିଲେ ଯାହା ମଧ୍ୟରାତ୍ରି ପରଠାରୁ ସକାଳ ୭ଟା ପର୍ୟ୍ୟନ୍ତ ସ୍ନାକ୍ସ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରି କରିଥାଏ।
ପିଟିଆଇର ସୁଚନାନୁଯାୟୀ , ସେମାନେ କହିଥିଲେ କି ସେମାନେ ସବୁ ବେଳେ ଚାହିଁଥିଲେ କି ଏକ ସମ୍ମାନ ଜନକ ଜୀବନ ବଞ୍ଚିବା ପାଇଁ ଓ ତାହା ସହ ସେଲ୍ଫରିଲିଆଣ୍ଟ ହେବା ପାଇଁ ତେଣୁ ଆଜି ସେମାନେ ଯାହା କରୁଛନ୍ତି ସେଥିପାଇଁ ସେମାନେ ଅତ୍ୟନ୍ତ ଖୁସି ।
ବାସ୍ତବରେ ସେମାନଙ୍କର ବି ଅଧିକାର ଅଛି ସେମାନେ ବି ସମ୍ମାନ ସହିତ ବଞ୍ଚିପାରିବେ । ଏହି କାର୍ଯ୍ୟ କରି ସେମାନେ ଆଜି ଦେଶର ହଜାର ହଜାର କିନ୍ନରଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।