Odia News Portal

ବିନା ମାସ୍କରେ ଲଣ୍ଡନରେ ବୁଲୁଥିବା ଫଟୋ ସେୟାର କଲେ କେଏଲ ରାହୁଲ, ୟୁଜର୍ସମାନେ ଏମିତି ଦେଲେ କମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏବେ ଇଂଲଣ୍ଡ ବିପକ୍ଷ ସିରିଜ ଲାଗି ସେଠାରେ ଅଛନ୍ତି । ତେବେ ସେ ବିନା ମାସ୍କରେ ବୁଲୁଥିବା ଏକ ଫଟୋ ନିଜର ସୋସିଆଲ ମିଡ୍ରିଆ ସାଇଟରେ ଅପଲୋଡ କରିଥିଲେ । ଯାହାକୁ ଦେଖି ୟୁଜର୍ସମାନେ ବିଭିନ୍ନ କମେଣ୍ଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଏବେ ତାଙ୍କ ସୁନିଲ ସେଟ୍ଟୀଙ୍କ ଝିଅ ମଧ୍ୟ ସେଠାରେ ଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ମଧ୍ୟ ପୂର୍ବରୁ ଖବର ପ୍ରସାରଣ କରାଯାଇଥିଲା । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଥିବା ଉଭୟଙ୍କ ଫଟୋ ଦେଖିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି,ସେମାନେ ଏବେ ଡେଟିଂରେ ଅଛନ୍ତି । କେଏଲ ରାହୁଲ ସୁନୀଲ ସେଟ୍ଟୀଙ୍କ ପୁଅ ଆହନଙ୍କ ସହ ଫଟୋ ପୋଷ୍ଟ କରିଥିବା ବେଳେ ସେପଟେ ଝିଅ ଆଥିଆ ମଧ୍ୟ ଲଂଣ୍ଡନରେ ଥିବା ଏକ ଫଟୋକୁ ପୋଷ୍ଟ କରିଛନ୍ତି । ତେବେ ଏଯାବତ ଉଭୟ ଅଫିସିଆଲି ସେମାନଙ୍କ ରିଲେସନ ସମ୍ପର୍କରେ କିଛି ସୂଚନା ଦେଇନାହାଁନ୍ତି ।