Odia News Portal

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ଆଲିଆ ଭଟ୍ଟ

ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଯୁକ୍ତ୍‌ ହୋଇଛନ୍ତି। ୨୦୧୨ରେ ବଲିଉଡ୍‌ରେ ପାଦ ଦେଇଥିବା ଆଲିଆ ଖୁବ୍‌ କମ୍‌ ଦିନ ମଧ୍ୟରେ ବେଶ୍‌ ଲୋକପ୍ରିୟ ଓ ସଫଳ ଭାରତୀୟ ଅଭିନେତ୍ରୀ ଭାବେ ସାରା ବିଶ୍ୱରେ ପରିଚିତ ହୋଇପାରିଛନ୍ତି। ଫଳରେ ତାଙ୍କ ଚେହେରା ବ୍ରାଣ୍ଡ୍‌ ପାଇଁ ବେଶ୍‌ ସଫଳ ଓ ଗ୍ରାହକଙ୍କ ନିକଟତର ହୋଇପାରିବ ବୋଲି ମାଲାବାର ଆଶପ୍ରକାଶ କରିଛି।
ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଚେୟାରମ୍ୟାନ ଏମ୍‌.ପି.ଅହମ୍ମଦ କହିଛନ୍ତି, ଆଲିଆଙ୍କ ଭଳି ଜଣେ ଯୁବ ଓ ଦକ୍ଷ ଅଭିନେତ୍ରୀଙ୍କୁ ଆମେ ଆମ ପରିବାରକୁ ସ୍ବାଗତକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଗତ ବର୍ଷଗୁଡିକରେ ମଧ୍ୟ ଆମର ବ୍ରାଣ୍ଡ୍‌ ଆମ୍ବାସାଡରମାନେ ଉଭୟ ବ୍ରାଣ୍ଡ୍‌ ଓ ବ୍ୟବସାୟ ପାଇଁ ବେଶ୍‌ ସଫଳ ହୋଇଛନ୍ତି। ବିଶେଷକରି ଆଗାମୀ ଦିନରେ ମଧ୍ୟ ବ୍ରାଣ୍ଡ୍‌ର ଚାହିଦା ବୃଦ୍ଧି କରିବାରରେ ଆଲିଆଙ୍କ ଚେହେରା ବେଶ୍‌ ଉପଯୋଗୀ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମାଲାବାର ଗ୍ରୁପ୍‌ ନିକଟରେ ସଫଳତାର ୩୦ ବର୍ଷ ପୂରଣ ସହ ପୂର୍ତ୍ତି ଉତ୍ସବ ପାଳନ କରିଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ ତା’ର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ସମ୍ପର୍କରେ ଆଲିଆ ଭଟ୍ଟଙ୍କ ନାମ ଘୋଷଣା କରିଥିଲା। ଏହା ପୂର୍ବରୁ ବ୍ରାଣ୍ଡ୍‌ ଅନୀଲ କପୁର, କରିନା କପୁର ଖାନ ଏବଂ କାର୍‌ଥିଙ୍କୁ ମଧ୍ୟ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ସେହିଭଳି ୧୯୯୩ରେ ବ୍ରାଣ୍ଡ୍‌ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିଲା। ଏପରିକି ଭାରତ ସମେତ ୟୁଏଇ, କେଏସ୍‌ଏ,କାତାର, ବାହାରିନ, ଓମାନ, କୁଏଟ୍‌, ମାଲେସିଆ, ସିଙ୍ଗାପୁର ଏବଂ ୟୁଏସ୍‌ଏ ଭଳି ଦେଶରେ ମଧ୍ୟ ରିଟେଲ କାରବାର କରୁଛି। ବିଶେଷକରି ବ୍ରାଣ୍ଡ୍‌ ଭାରତ ସମେତ ୧୦ ଦେଶ ଏବଂ ୩୧୨ ଶୋ’ରୁମ୍‌ ଜରିଆରେ ବ୍ୟବସାୟ କରୁଛି।ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଯୁକ୍ତ୍‌ ହୋଇଛନ୍ତି। ୨୦୧୨ରେ ବଲିଉଡ୍‌ରେ ପାଦ ଦେଇଥିବା ଆଲିଆ ଖୁବ୍‌ କମ୍‌ ଦିନ ମଧ୍ୟରେ ବେଶ୍‌ ଲୋକପ୍ରିୟ ଓ ସଫଳ ଭାରତୀୟ ଅଭିନେତ୍ରୀ ଭାବେ ସାରା ବିଶ୍ୱରେ ପରିଚିତ ହୋଇପାରିଛନ୍ତି। ଫଳରେ ତାଙ୍କ ଚେହେରା ବ୍ରାଣ୍ଡ୍‌ ପାଇଁ ବେଶ୍‌ ସଫଳ ଓ ଗ୍ରାହକଙ୍କ ନିକଟତର ହୋଇପାରିବ ବୋଲି ମାଲାବାର ଆଶପ୍ରକାଶ କରିଛି।
ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଚେୟାରମ୍ୟାନ ଏମ୍‌.ପି.ଅହମ୍ମଦ କହିଛନ୍ତି, ଆଲିଆଙ୍କ ଭଳି ଜଣେ ଯୁବ ଓ ଦକ୍ଷ ଅଭିନେତ୍ରୀଙ୍କୁ ଆମେ ଆମ ପରିବାରକୁ ସ୍ବାଗତକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଗତ ବର୍ଷଗୁଡିକରେ ମଧ୍ୟ ଆମର ବ୍ରାଣ୍ଡ୍‌ ଆମ୍ବାସାଡରମାନେ ଉଭୟ ବ୍ରାଣ୍ଡ୍‌ ଓ ବ୍ୟବସାୟ ପାଇଁ ବେଶ୍‌ ସଫଳ ହୋଇଛନ୍ତି। ବିଶେଷକରି ଆଗାମୀ ଦିନରେ ମଧ୍ୟ ବ୍ରାଣ୍ଡ୍‌ର ଚାହିଦା ବୃଦ୍ଧି କରିବାରରେ ଆଲିଆଙ୍କ ଚେହେରା ବେଶ୍‌ ଉପଯୋଗୀ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମାଲାବାର ଗ୍ରୁପ୍‌ ନିକଟରେ ସଫଳତାର ୩୦ ବର୍ଷ ପୂରଣ ସହ ପୂର୍ତ୍ତି ଉତ୍ସବ ପାଳନ କରିଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ ତା’ର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ସମ୍ପର୍କରେ ଆଲିଆ ଭଟ୍ଟଙ୍କ ନାମ ଘୋଷଣା କରିଥିଲା। ଏହା ପୂର୍ବରୁ ବ୍ରାଣ୍ଡ୍‌ ଅନୀଲ କପୁର, କରିନା କପୁର ଖାନ ଏବଂ କାର୍‌ଥିଙ୍କୁ ମଧ୍ୟ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ସେହିଭଳି ୧୯୯୩ରେ ବ୍ରାଣ୍ଡ୍‌ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିଲା। ଏପରିକି ଭାରତ ସମେତ ୟୁଏଇ, କେଏସ୍‌ଏ,କାତାର, ବାହାରିନ, ଓମାନ, କୁଏଟ୍‌, ମାଲେସିଆ, ସିଙ୍ଗାପୁର ଏବଂ ୟୁଏସ୍‌ଏ ଭଳି ଦେଶରେ ମଧ୍ୟ ରିଟେଲ କାରବାର କରୁଛି। ବିଶେଷକରି ବ୍ରାଣ୍ଡ୍‌ ଭାରତ ସମେତ ୧୦ ଦେଶ ଏବଂ ୩୧୨ ଶୋ’ରୁମ୍‌ ଜରିଆରେ ବ୍ୟବସାୟ କରୁଛି।