Odia News Portal

ଆଜି ସିନେ ପରଦାରେ ଆସିବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର ‘ମାମା ୱେଡ୍ସ ପାପା’

ଆଜି ପରଦାକୁ ଆସୁଛି ନୂଆ ଓଡ଼ିଆ ଛବି, ଯାହାର ଶୀର୍ଷକ ହେଲା ‘ମାମା ୱେଡ୍ସ ପାପା’। ଏଥିରେ ଦୁଇ ନାୟିକାଙ୍କ ସହ ଓଡ଼ିଆ ସିନେ ଜଗତର ଜଣାଶୁଣା ନାୟକ ଅଭିଷେକଙ୍କୁ ଦେଖିବାକୁ ମିଳିବ। ହଁ, ଏହି ଫିଲ୍ମରେ ଅଭିଷେକଙ୍କ ସହ ପ୍ରିୟଙ୍କା ଓ ରିଷିତାଙ୍କୁ ନାୟିକା ଭୂମିକାରେ ନଜର ଆସିବେ। ଉଭୟ ନାୟିକାଙ୍କ ସହ ଅଭିଷେକ ପ୍ରଥମ ଥର ନଜର ଆସିବେ। ଆଗରୁ ସେ ରୀୟା, ପ୍ରକୃତି, ସୂର୍ୟ୍ୟମୟୀ, ଏଲିନା, ଓ ଅନନ୍ୟା ପ୍ରମୁଖଙ୍କ ସହ ବଡ଼ ପରଦାରେ ନଜର ଆସିଛନ୍ତି। ତେଣେ ବଲିଉଡ ଅଭିନେତା କ୍ରୀଷ୍ଣା ଅଭିଷେକଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହାଛଡ଼ା ଦେବୁ ପଟ୍ଟନାୟକ, ଜ୍ୟୋତି ମିଶ୍ର, ଗୁଡୁ, ଐଶ୍ୱର୍ୟ୍ୟା, ଐଶ୍ବର୍ୟ୍ୟା, ସ୍ମରଣିକା ଓ ଶିଶୁ କଳାକାର ଭାବେ ମୁନ୍ନିଙ୍କୁ ଦେଖିବାକୁ ମିଳିବ ପ୍ରମୁଖ ଭୂମିକାରେ। ଏହା ଏକ ମୌଳିକ କାହାଣୀ ଉପରେ ଆଧାରିତ ସିନେମା।
ବି ଚନ୍ଦ୍ରପ୍ରିୟ ସୁବୁଦ୍ଧି ଏହାର ପ୍ରଯୋଜକ ଏବଂ ଆପୁ କାନୁନଗୋ ଏହାର ନିର୍ଦେଶକ। ଆପୁ ଆଗରୁ ସାତ ସୁରେ ବନ୍ଧା ଏ ଜୀବନ ଓ ଡାଡି-ଦ ଲିଭିଂ ଗଡ୍ ଭଳି କେତୋଟି ଓଡ଼ିଆ ଛବି ନିର୍ମାଣ କରିଛନ୍ତି। ଏହାର ସଂଳାପକାର ହେଲେ ଚିନ୍ମୟ ଦାସ ପଟ୍ଟନାୟକ ଏବଂ ସଙ୍ଗୀତ ସଜାଇଛନ୍ତି ଅସାଦ ନିଜାମ। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।
ସୂଚନାଯୋଗ୍ୟ, ନାୟକ ଅଭିଷେକଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଏସିପି ସାଗରିକା’। ତାପରେ ତାଙ୍କୁ ‘କେହି ନୁହେଁ କାହାର’, ‘ଚୁପ୍ ଚୁପ୍ ଚୋରି ଚୋରି’, ‘କଥା ଦେଲି ମଥା ଛୁଇଁ’, ‘ଚୁପ୍ ଚୁପ୍ ଚୋରି ଚୋରି’, ‘କଥା ଦେଲି ମଥା ଛୁଇଁ, କ୍ରେଜି ଫୋର୍ ଏବଂ ‘କଟି ପତଙ୍ଗ’ ଆଦି ସିନେମାରେ ଦେଖିବାକୁ ମିଳିଥିଲା।