Odia News Portal

ନୂଆ ଅବତାରରେ ଆସୁଛନ୍ତି କଙ୍ଗନା

ମୁମ୍ବାଇ: ବିବାଦୀୟ ମନ୍ତବ୍ୟକୁ ବାଦ୍ ଦେଲେ ୟୁନିକ୍ କାହାଣୀ ଉପରେ ନିର୍ମିତ ଫିଲ୍ମରେ ଅଭିନୟ କରିବା ନେଇ କଙ୍ଗନା ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଫିଲ୍ମ ଥଲାଇଭିରେ କଙ୍ଗନାଙ୍କୁ ଜୟଲଲିଥାଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ କଙ୍ଗନା ଗୁପ୍ତଚର ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି । ଅପ୍ରେଲ୍ ୮, ୨୦୨୨ରେ ରିଲିଜ୍ ହେବ ଆକ୍ସନ୍ ସ୍ପାୟ ଥ୍ରିଲର୍ ମୁଭି ଧାକଡ୍ । ଏଥିରେ କଙ୍ଗନାଙ୍କୁ ଜଣେ ସିକ୍ରେଟ୍ ଏଜେଣ୍ଟ ତଥା ଅଫିସର ଅଗ୍ନି ଭୂମିକାରେ ଦେଖିବାକୁ ମିଳିବ । ନିକଟରେ ଖୋଦ କଙ୍ଗନା ଇନଷ୍ଟାଗ୍ରାମରେ ଏହି ଫିଲ୍ମର ପୋଷ୍ଟର ସମେତ ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ରଜନୀଶ ରାଜି ଘାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତାଙ୍କୁ ଅନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ମଧ୍ୟପ୍ରଦେଶ ଓ ବୁଡାପେଷ୍ଟରେ ସୁଟ୍ ହୋଇଥିବା ଏହି ଫିଲ୍ମଟି ପ୍ରଥମେ ଚଳିତମାସ ରିଲିଜ ହେବାର ଯୋଜନା ରହିଥିଲା । ହେଲେ କରୋନା ମହାମାରୀ ପାଇଁ ପ୍ରଡକ୍ସନ୍ କାମରେ ବିଳମ୍ଭ ହେବାରୁ ଆଗାମୀ ବର୍ଷ ରିଲିଜ୍ ହେବା ନେଇ ଧାର୍ଯ୍ୟ ହୋଇଛି