Odia News Portal

ଆଜି ବି ଆର୍ୟନଙ୍କୁ ମିଳିଲାନି ଜାମିନ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଆର୍ୟନଙ୍କ ଜାମିନକୁ ବିରୋଧ କରି ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ ସହ ସମ୍ପର୍କ ଥିବା ଦର୍ଶାଇଛି। ଏନ୍‌ସିବି ଯୁକ୍ତି ଦର୍ଶାଇଛି ଯେ, ଆର୍ୟନଙ୍କୁ ଜାମିନ ପ୍ରଦାନ ଏହି ମାମଲାର ତଦନ୍ତକୁ ଖଣ୍ଡନ କରିପାରେ। ଅନ୍ୟପକ୍ଷରେ ଜାମିନକୁ ନେଇ ଯୁକ୍ତିତର୍କ କରି ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ, ଆର୍ୟନ ଏବେ ଯୁବକ ଅଟନ୍ତି। ତାଙ୍କୁ ଜେଲ ପରିବର୍ତ୍ତେ ପୁନର୍ବାସ କେନ୍ଦ୍ରକୁ ପଠାଯିବା ଉଚିତ୍‌।ତେବେ ଆସନ୍ତାକାଲି ଅଭିଯୁକ୍ତ ଆର୍ୟନ, ମୁନ୍‌ମୁନ୍‌ ଧାମେଚା ଏବଂ ଅରବାଜ ମର୍ଚ୍ଚାଣ୍ଟଙ୍କ ଓକିଲମାନେ ମୁମ୍ବାଇ ହାଇକୋର୍ଟରେ ଅନିଲ ସିଂ, ଏନ୍‌ସିବି ପାଇଁ ଏସ୍‌ଜିଙ୍କ ଜାମିନ ଆବେଦନ ଉପରେ ସମ୍ପୂର୍ଣ୍ଣ ଯୁକ୍ତି ଉପସ୍ଥାପନ କରିବେ।