Odia News Portal

ଆର୍ୟନ ଖାନଙ୍କ ଜାମିନ୍ ଖାରଜ୍

ମୁମ୍ବାଇ, ଅକ୍ଟୋବର : ପୁଣି ଜେଲ୍ ଯିବେ ଆରୟନ୍ ଖାନ୍ । ପୁଣି ଥରେ ଆରୟନ୍ ଖାନ୍‌ଙ୍କ ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ । ଏହାସହିତ ଅର୍ବାଜ୍ ମର୍ଚ୍ଚାଣ୍ଟ ଓ ମୁନମୁନ ଧମିଚାଙ୍କ ବେଲ ଆବେଦନ ମଧ୍ୟ ଖାରଜ କରିଛନ୍ତି ମୁମ୍ବାଇ ସ୍ପେଶାଲ କୋର୍ଟ ।

ପୂର୍ବରୁ ଅକ୍ଟୋବର ୧୪ରେ ମଧ୍ୟ ଆରୟନ୍ ଖାନ୍‌ଙ୍କ ଜାମିନ୍ ଆବେଦନ ଖାରଜ କରିଥିଲେ କୋର୍ଟ । ଆଜି ଏନସିବି ପକ୍ଷରୁ ଆରୟନ୍ ଖାନ୍‌ଙ୍କ ବିରୋଧରେ ଆହୁରି ଅନେକ ପ୍ରମାଣ ଦାଖଲ କରାଯାଇଥିଲା କୋର୍ଟରେ ।

ଗତ ସପ୍ତାହରେ ଆରୟନ୍ ଥରେ କି ଦୁଇ ଥର ନୁହେଁ ବରଂ ଦୀର୍ଘ ୪ ବର୍ଷ ଧରି ନିୟମିତ ଭାବରେ ଡ୍ରଗ୍ସ ସେବନ କରୁଥିଲେ ବୋଲି ଏନସିବି ଆଗରେ ସ୍ୱିକାର କରିଥିଲେ । ଯାହା ଆଜି କୋର୍ଟରେ ଏନସିବି ପକ୍ଷରୁ ଦାଖଲ କରାଯାଇଥିଲା ।

ଏହାସହିତ ଆରୟନ୍ ଖାନ୍‌ଙ୍କ ହ୍ୱାଟସଆପ୍ ଚାଟ୍ ଡିଟେଲ୍ସ ଯେଉଁଥିରେ ଡ୍ରଗ୍ସକୁ ନେଇ କିଛି ବଲିଉଡ୍ ସେଲିବ୍ରିଟିଙ୍କ ସହିତ ଆରୟନ୍ କଥା ହୋଇଥିଲେ ସେ ସବୁ ତଥ୍ୟ ଦାଖଲ କରାଯିବା ପରେ କୋର୍ଟ ଆରୟନ୍ ଖାନ୍‌ଙ୍କ ବେଲ୍ ଆବେଦନ ଖାରଜ୍ କରିଛନ୍ତି ।

ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ସାହରୁଖ ଖାନ୍‌ଙ୍କ ପୁଅ ଆରୟନ୍ ଖାନ୍‌ଙ୍କୁ ଆର୍ଥର ରୋଡ ଜେଲରେ ରହିବାକୁ ପଡିବ । ଆଗାମୀ ଶୁଣାଣୀ ତାରିଖ ବିଷୟରେ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ କୋର୍ଟ ଅର୍ଡର କପିକୁ ଅପେକ୍ଷା କରିଛନ୍ତି ଆରୟନ୍‌ଙ୍କ ଓକିଲ ।ଗତ ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ କୃଜ୍ ରୁ ଆରୟନ୍ ଖାନଙ୍କ ସମେତ ୧୧ ଜଣଙ୍କୁ ଡ୍ରଗ୍ସ ପାର୍ଟି କରିବା ମାମଲାରେ ଗିରଫ କରିଥିଲା ଏନସିବି । ଏହାପରେ ବଲିଉଡ୍ ର ଡ୍ରଗ୍ସ ଚେର ଧିରେ ଧିରେ ସାମ୍ନାକୁ ଆସିବା ଆରମ୍ଭ ହୋଇଥିଲା । ଯାହା ଫଳରେ ଗତ ଦୁଇ ସପ୍ତାହ ଧରି ଆରୟନ୍ ଖାନ୍ ମୁମ୍ବାଇ ଆର୍ଥର ରୋଡ ଜେଲରେ ରହିଛନ୍ତି ।