Odia News Portal

ଅର୍ଡର କରିଥିଲେ ଆଇଫୋନ ଆସିଲା ସାବୁନ

ଅନଲାଇନରୁ ଅଡର କରି ଠାକାମୀର ଶିକାର ହେବା ଭଳି ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଛି । ପୂର୍ବରୁ ଜଣେ ବ୍ୟକ୍ତି ଅନଲାଇନରେ ମୋବାଇଲ ମଗେଇଥିଲେ କିନ୍ତୁ ତାଙ୍କ ପାଖକୁ ଆସିଥିଲା ଇଟା ଭର୍ତ୍ତି ପ୍ୟାକେଟ୍ । ଠିକ ସେହିଭଳି ଆଉ ଏକ ଘଟଣାବି କେରଳରୁ ସାମ୍ନାକୁ ଆସିଛି । କେରଳର ଜଣେ ବ୍ୟକ୍ତି ଆମାଜନରୁ ଆଇଫୋନ୍-୧୨ ଅର୍ଡର କରିଥିଲେ କିନ୍ତୁ ଘରକୁ ଆସିଛି ୫ଟଙ୍କିଆ କଏନ ସହ ବାସନ ସଫା ସାବୁନ୍ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋରେର୍ଟ ଅନୁସାରେ, କେରଳର ନୁରଲୁ ଆମିନ୍ ନାମକ ଜଣେ ବ୍ୟକ୍ତି ଅକ୍ଟୋବର ୧୨ତାରିଖରେ ଆମାଜନରୁ ଆଇଫୋନ୍-୧୨ ସ୍ମାର୍ଟଫୋନ୍ ଅର୍ଡର କରିଥିଲେ । ଆମାଜନ୍ ପେ କାର୍ଡ ଜରିଆରେ ୭୦ ହଜାର ୯ଶହ ଟଙ୍କା ପେମେଣ୍ଟ ମଧ୍ୟ କରିଥିଲେ । ଅକ୍ଟୋବର ୧୫ତାରିଖରେ ଆମିନଙ୍କ ପାଖକୁ ଅର୍ଡର ଆସିଲା । ଆମିନ୍ ଖୁସିରେ ଯେତେବେଳେ ମୋବାଇଲ ବକ୍ସକୁ ଖୋଲିଲେ ତା’ ଭିତରେ ଥିବା ସାବୁନ ଏବଂ ୫ଟଙ୍କିଆ କଏନ୍ ଦେଖି ତାଙ୍କର ହୋସ ଉଡିଗଲା । ଆଇଫୋନ୍-୧୨ ପାଇଁ ଆମିନ ୭୦ ହଜାର ଟଙ୍କା ଦେଇଥିଲେ କିନ୍ତୁ ଘରକୁ ଆସିଲା ବାସନ ସଫା ସାବୁନ୍ । କିନ୍ତୁ ଆମିନ୍ ଏକ ବୁଦ୍ଧିମାନର କାମ କରିଥିଲେ । ଆମିନଙ୍କ ପାଖକୁ ଯେତେବେଳେ ପାର୍ସଲ ଆସିଥିଲା ସେତେବେଳେ ପାର୍ସଲ ଓଜନ କମ୍ ଦେଖି ଆମିନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ଆଉ ଆମିନ୍ ଡେଲିଭରି ବୟଙ୍କ ଆଗରେ ପାର୍ସଲ ଆସିଥିବା ବକ୍ସକୁ ଖୋଲିଥିଲେ ଆଉ ଭିଡିଓ ବି ରେକର୍ଡିଂ କରିଥିଲେ ।
ଏହାପରେ ଆମିନ୍ ତୁରନ୍ତ ଆମାଜନ୍ କଷ୍ଟମ୍ବର କେୟାରକୁ ଫୋନ କରିବା ସହ, ନିକଟସ୍ଥ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାର ଯାଞ୍ଚ କରିବାରୁ ଜଣା ପଡିଥିଲା ଆମିନ୍ ଅର୍ଡର କରିଥିବା ଫୋନ ଝାଡଖଣ୍ଡରେ ବ୍ୟବହାର ହେଉଛି । ଏହି କଂପ୍ଲନ୍ ପାଇବା ପରେ ଆମାଜନ୍ ଆମିନଙ୍କ ଖାତାକୁ ଟଙ୍କା ଫେରସ୍ତ କରିଦେଇଥିଲା । କିନ୍ତୁ ଆମିନ ଅର୍ଡର କରିଥିବା ଫୋନ୍ ଝାରଖଣ୍ଡରେ କେମିତି ପହଞ୍ଚିଲା ପୋଲିସ ତା’ର ତଦନ୍ତ କରୁଛି