Odia News Portal

ପୁନମ ପାଣ୍ଡେଙ୍କ ସ୍ୱାମୀ ଗିରଫ

ସର୍ବଦା ଚର୍ଚ୍ଚାରେ ରହିବାକୁ ଚାହାନ୍ତି ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ଏବେ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି, ଏହା ପରେ ସୋମବାର ସନ୍ଧ୍ୟାରେ ପୋଲିସ ସାମଙ୍କୁ ଗିରଫ କରିଛି। କେବଳ ଏତିକି ନୁହେଁ, ଅଭିଯୋଗ ପଞ୍ଜିକରଣ କରିବା ପରେ ପୁନମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁନମଙ୍କ ଅଭିଯୋଗ ପରେ ହିଁ ତାଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି।

ମୁମ୍ବାଇ ପୋଲିସ କହିଛି, ‘ପୁନମଙ୍କ ମୁଣ୍ଡ, ଆଖି ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ପୁନମଙ୍କ ଅଭିଯୋଗ ପରେ ହିଁ ତାଙ୍କ ସ୍ୱାମୀଙ୍କ ନାମରେ ମାମଲା ଦାଏର ହୋଇଥିଲା। ପୋଲିସ ଏହି ମାମଲାର ଯାଞ୍ଚ କରୁଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ପୁନମ ପୂର୍ବରୁ ସାମଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ କରିସାରିଛନ୍ତି।

ପୁନମ ଏବଂ ସାମ୍ ସେପ୍ଟେମ୍ବର ୨୦୨୦ ରେ ବିବାହ କରିଥିଲ। ବିବାହର କିଛି ଦିନ ପରେ ପୁନମ ସାମଙ୍କ ଉପରେ ଶାରୀରିକ ନିର୍ଯ୍ୟାତନା, ଧମକ ଏବଂ ମାରପିଟ ଅଭିଯୋଗ ଆଣିଥିଲେ। ସେ ହନିମୁନରେ ଯାଇଥିବା ବେଳେ ଗୋଆରେ ଏକ ଅଭିଯୋଗ ଦାଖଲ କରି କହିଥିଲେ। ଅଭିଯୋଗ ପରେ ସାମଙ୍କୁ ପୋଲିସ ଗିରଫ କରିଥିଲା କିନ୍ତୁ ପରଦିନ ସେ ଜାମିନ ପାଇଯାଇଥିଲେ। ସେତେବେଳେ ପୁନମ କହିଥିଲେ ଯେ ସେ ଏହି ବିବାହକୁ ଶେଷ କରିବାକୁ ଚାହୁଁଛନ୍ତି। ତା’ ପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ହୋଇଯାଇଥିଲା। କିନ୍ତୁ ଏବେ ପୁନମ ପୁଣିଥରେ ସାମଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।