Odia News Portal

ମାଲକାନଗିରିର ଘଞ୍ଚ ଜଙ୍ଗଲରେ ସୁଟିଂ ହେବ ‘ପୁଷ୍ପା -୨’

ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତି ଫିଲ୍ମ ‘ପୁଷ୍ପା -୨କୁ ନେଇ ଉତ୍ସାହିତ ଅଛନ୍ତି ସଭିଏଁ। ତେବେ, ଫିଲ୍ମର ସୁଟିଂକୁ  ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଅଲୁ ଅର୍ଜୁନଙ୍କ ନୂଆ ସିନେମା ‘ପୁଷ୍ପା -୨’ର ସୁଟିଂ  ମାଲକାନଗିରିରେ  କରାଯିବ। ଏନେଇ ମାଲକାନଗିରିରେ  ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଖବର ଅନୁଯାୟୀ, ମାଲକାନଗିରିରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ଲୋକେସନରେ ‘ପୁଷ୍ପା -୨’ର କିଛି ଅଂଶ ସୁଟିଂ  କରାଯିବା ନେଇ ସ୍ଥିର ହୋଇଛି।

ଏଥିପାଇଁ ଫିଲ୍ମର ପ୍ରଡକସନ ମ୍ଯାନେଜର ପିଭି ରାଓଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ ଗତ ୭ ଓ ୮ ତାରିଖରେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା,  ସାର୍କୁବନ୍ଧ ଝୋଲା ପୋଲ ଆଦି ବୁଲି ଦେଖିଛନ୍ତି। ଏଥିସହ ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏଥିପାଇଁ ଅନୁମତି ମଧ୍ଯ ଲୋଡ଼ିଛନ୍ତି।  ‘ପୁଷ୍ପା -୨’ର ସୁଟିଂ ଲାଗି ପ୍ରଶାସନ ଓ ପୋଲିସ ପକ୍ଷରୁ ସବୁଜ ସଙ୍କେତ ମିଳିଥିବା ଜଣାପଡ଼ିଛି। ତେବେ, ଆଗାମୀ ମେ ମାସରେ ଫିଲ୍ମର ସୁଟିଂ ଏଠାରେ କରାଯିବ ବୋଲି ଜଣାଯାଇଛି। ଯାହାକୁ ନେଇ ଉତ୍ସାହିତ ଅଛନ୍ତି ପୁରା ମାଲକାନଗିରିବାସୀ ।