Odia News Portal

ଆଇପିଏଲ ଟିମ୍ କିଣିପାରନ୍ତି ଦୀପିକା-ରଣବୀର

ମୁମ୍ବାଇ: ବଲିଉଡର ଷ୍ଟାର କପୁଲ ରଣବୀର ଏବଂ ଦୀପିକା ପାଦୁକୋନ ଆଇପିଏଲ ଟିମ୍ କିଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସନ୍ତାବର୍ଷ ବିଶ୍ୱ ଧନୀ କ୍ରିକେଟ ଲିଗ୍ ବୋଲାଉଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ୍ ଭାଗନେବେ ବୋଲି ପୂର୍ବରୁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ତେବେ ବାକି ୨ଟି ଫ୍ରାଞ୍ଚାଇଚ ଲାଗି ୮ଟି ସହରର ନାମ ରହିଛି । ୮ଟି ଟିମ ମଧ୍ୟରୁ ନିଲାମରେ ୨ଟି ଟିମ୍ ଭାଗ ନେବେ । ଏଣୁ ଏହି ୨ଟି ଟିମ୍ କିଣିବା ଲାଗି ଭାରତର ବଡ଼ ବଡ଼ କମ୍ପାନୀମାନେ ରେସରେ ରହିଥିବା ବେଳେ ରଣବୀର ଏବଂ ଦୀପିକା ମନ ବଳାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପୂର୍ବରୁ କୋଲକାତା ନାଇଟ ରାଇର୍ଡସକୁ କିଣିଛନ୍ତି ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ଏବଂ ଜୁହି ଚାୱାଲା । ଏହାସହ ରାଜସ୍ଥାନର ମାଲିକାଣୀ ଅଛନ୍ତି ଶିଳ୍ପା ସେଟ୍ଟି ଏବଂ ପଞ୍ଜାବର ମାଲିକାଣି ଅଛନ୍ତି ପ୍ରିତି ଜିଣ୍ଟା । ତେବେ ଏହି ଷ୍ଟାର କପୁଲ ଯଦି ଟିମ କିଣନ୍ତି ତେବେ ଏମାନେ ମଧ୍ୟ ତାଙ୍କ ସହ ଯୋଡ଼ି ହେବେ ।