Odia News Portal

ଦାଦା ସାହେବ ଫାଲକେ ଆୱାର୍ଡ ପାଇବା ପରେ ସେ ସେଥିପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ କହି ଚର୍ଚ୍ଚାରେ ରଣବୀର କପୂର

୨୦୨୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଥିଲା। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଏବେ ଦାଦା ସାହେବ ଫାଲକେ ଆୱାର୍ଡ ୨୦୨୩ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି। ଏଥିସହିତ ଆଲିଆ ଭଟ୍ଟଙ୍କୁ ସିନେମା ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଓ ରଣବୀର କପୁରଙ୍କୁ ‘ବ୍ରହ୍ମାସ୍ତ୍ର ପାର୍ଟ -୧’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଦାଦା ସାହେବ ଫାଲକେ ଆୱାର୍ଡ-୨୦୨୩ ପ୍ରଦାନ କରାଯାଇଥିଲା।

‘ବ୍ରହ୍ମାସ୍ତ୍ର ପାର୍ଟ -୧’ ଆୟାନ ମୁଖାର୍ଜୀଙ୍କ ଦ୍ବାରା ନିର୍ଦ୍ଦେଶିତ ଥିବା ବେଳେ ଏଥିରେ ରଣବୀର ଶିବଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ଦ୍ୱିତୀୟ ଭାଗ ଡିସେମ୍ବର ୨୦୨୫ରେ ମୁକ୍ତିଲାଭ କରିବ।

ଶ୍ରେଷ୍ଠ ଅଭିନେତା ଭାବେ ଦାଦା ସାହେବ ଫାଲକେ ଆୱାର୍ଡ ପାଇବା ପରେ ଅଭିନେତା ରଣବୀର କପୁର ଖୁସି ବ୍ୟକ୍ତି କରିବା ବଦଳରେ ଯେଉଁଭଳି ବିବୃତି ଦେଇଛନ୍ତି, ତାହା ଚର୍ଚ୍ଚ‌ାର ପରିସରକୁ ଆସିଛି।

ଦାଦା ସାହେବ ଫାଲକେ ଆୱାର୍ଡ ପାଇବା ପ‌ରେ ରଣବୀର କପୁର କହିଛନ୍ତି, ‘ ମୁଁ ଏଥିପାଇଁ ନିଜକୁ ଯୋଗ୍ୟ ଭାବୁନାହାନ୍ତି। ଏହି ପୁରସ୍କାର ପାଇ ମୁଁ କୃତଜ୍ଞ କିନ୍ତୁ ଏହି ସମ୍ମାନର ସମ୍ପୂର୍ଣ୍ଣ ଯୋଗ୍ୟ ମୁଁ ନୁହେଁ। କାରଣ ମୋତେ ଲାଗୁଛି କି ‘ବ୍ରହ୍ମାସ୍ତ୍ର ପାର୍ଟ-୧’ରେ ମୋର ଅଭିନୟ ଏତେ ଟା ଆକର୍ଷଣୀୟ ନ ଥିଲା କି ଅଭିନୟରେ ଏତେ ଦମ ନଥିଲା। ’