Odia News Portal

ପରଦାକୁ ଆସିବ ରାନୁ ମଣ୍ଡଲଙ୍କ ବାୟୋପିକ୍, ଜାଣନ୍ତୁ ଫିଲ୍ମକୁ ନେଇ କଣ ଚାଲିଛି ପ୍ରସ୍ତୁତି

ମୁମ୍ବାଇ: ଭାଇରାଲ ଭିଡିଓ ବଦଳେଇଥିଲା ଭାଗ୍ୟ । ରାତା ରାତି ସୋସିଆଲ ମିଡିଆରେ ବନିଥିଲେ ସେନ୍ସେସନାଲ କୁଇନ୍ । ଆଉ ରେଲୱେ ଷ୍ଟେସନରୁ ସିଧା ବଲିଉଡରେ ମାରିଥିଲେ ଏଣ୍ଟ୍ରିି । ତେବେ ରେଲୱେ ଷ୍ଟସନରେ ଭିକ ମାଗି ଚଳୁଥିବା ରାନୁ ମଣ୍ଡଲ ଏବେ ଘରେ ଘରେ ପରିଚିତ ଚେହେରା । ତେବେ ରାନୁ ମଣ୍ଡଲଙ୍କ ଜୀବନ ବେଶ ସଂଘର୍ଷମୟ ଥିଲା । ଯାହାକୁ ନେଇ ଏବେ ବଲିଉଡରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ।

ତେବେ ରାନୁ ମଣ୍ଡଲଙ୍କୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମର ନାମ ରହିଛି ‘ ମିସ୍ ରାନୁ ମାରିୟା’ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଋଷିକେଶ ମଣ୍ଡଳ । ଏହି ବାୟୋପିକରେ ରାନୁ ମଣ୍ଡଳଙ୍କ ଭୂମିକାରେ ନଜର ଆସିବେ ବଙ୍ଗାଳୀ ଏବଂ ହିନ୍ଦୀ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଇଶିକା ଦେ । ଏହି ଫିଲ୍ମର ଶୁଟିଂ କଲିକତା ଏବଂ ମୁମ୍ବାଇରେ ହେବ। ଏହି ଫିଲ୍ମରେ ପୂବର୍ରୁ ଅଭିନେତ୍ରୀ ସୁଦିପ୍ତା ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ହେଲେ ଲକଡାଉନ୍ ଯୋଗୁଁ ସେଡ୍ୟୁଲ୍ ଡେଟ୍ସ ରେ ଅସୁବିଧା ଆସିବାରୁ ଈଶିକାଙ୍କୁ ନିଆଯାଇଥିଲା ।

ଈଶିକା ଫିଲ୍ମ ‘ଲାଲ କପ୍ତାନ ଏବଂ ୱେବ ସିରିଜ ସେକ୍ରେଡ ଗେମ୍ସ’ରେ କାମ କରିସାରିଛନ୍ତି। ଈଶିକା ଏପର୍ୟ୍ୟନ୍ତ ରାନୁ ମଣ୍ଡଳଙ୍କୁ ସାକ୍ଷାତ କରି ନାହାନ୍ତି । କାହିଁକି ନାଁ କରୋନା କାରଣରୁ ମୁମ୍ବାଇରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି । ଯେଉଁଥି ପାଇଁ ସେ କୋଲକତା ରାନାଘାଟ ରେ ରହୁଥିବା ବେଳେ ସେ ଇଶିକା ମୁମ୍ବାଇରେ ରହୁଛନ୍ତି । ଏଥିପାଇଁ ସେମାନେ ଭର୍ଚୁଆଲ ଭାବେ ସାକ୍ଷାତ କରିବାକୁ ଯାଉଛନ୍ତି ।