Odia News Portal

୭ ତାରିଖ ଯାଏଁ NCB ରିମାଣ୍ଡରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ରିମାଣ୍ଡ ଅବଧି ଆହୁରି ୩ ଦିନ ବଢାଇଛନ୍ତି କୋର୍ଟ । ଏନସିବି ପକ୍ଷରୁ ଆର୍ଯ୍ୟନଙ୍କ ୭ ଦିନିଆ ରିମାଣ୍ଡର ଦାବି କରାଯାଇଥିବା ବେଳେ ୩ ଦିନିଆ ରିମାଣ୍ଡ ପ୍ରଦାନ କରିଛନ୍ତି କୋର୍ଟ । ଆସନ୍ତା ଅକ୍ଟୋବର ୧୧ ଯାଏଁ ଆର୍ଯ୍ୟନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିବା ବେଳେ ୭ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଏନସିବିକୁ ଅନୁମତି ପ୍ରଦାନ କରାଯାଇଛି ।

ଆର୍ଯ୍ୟନଙ୍କ ଫୋନରୁ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ସମ୍ପର୍କିତ ପ୍ରମାଣ ମିଳିଥିବା ଏନସିବି ପକ୍ଷରୁ କୁହାଯାଇଛି । ଆର୍ଯ୍ୟନଙ୍କ ଫୋନରୁ ମିଳିଥିବା ଫଟୋ ଏବଂ ଚାଟ ଏସବୁ ପ୍ରମାଣ କରିବା ପାଇଁ ଯଥେଷ୍ଟ ବୋଲି ଏନସିବି ପକ୍ଷରୁ ଦାଖଲ କରାଯାଇଥିବା ରିମାଣ୍ଡ କପିରେ ଉଲ୍ଲେଖ କରାଯାଇଛି । ଏନିସିବିର ରିମାଣ୍ଡ ଆବେଦନକୁ ଆର୍ଯ୍ୟନଙ୍କ ଓକିଲ ବିରୋଧ କରିଥିଲେ ହେଁ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ ।

ଆଜି ଏହାର ଶୁଣାଣି କରି ଅଦାଲତ ଅକ୍ଟୋବର ୧୧ ପରିବର୍ତ୍ତେ ଅକ୍ଟୋବର ୭ପର୍ଯ୍ୟନ୍ତ ଆର୍ଯ୍ୟନ ଖାନ ଏବଂ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏନସିବି ହେପାଜତକୁ ପଠାଇଛନ୍ତି।ଅଦାଲତଙ୍କ ନିର୍ଦ୍ଦେଶରେ କୁହାଯାଇଛି ଯେ, ଏହି ଘଟଣାରେ ଅନୁସନ୍ଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ଏନସିବିର ପଚରାଉଚରା ଜରୁରୀ। ସେଥିପାଇଁ ଅକ୍ଟୋବର ୭ପର୍ଯ୍ୟନ୍ତ ଆର୍ଯ୍ୟନ ଖାନ ଏବଂ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏନସିବି ହେପାଜତକୁ ପଠାଯାଉଛି।

ଅଦାଲତରେ ଶୁଣାଣି ସମୟରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମନେଶିନ୍ଦେ ଯୁକ୍ତି କରିଥିଲେ ଯେ, ଯଦିଓ ମାମଲା ଜାମିନ ବିହୀନ, ତଥାପି ଏହାକୁ ସମର୍ଥନ କରିବା ପାଇଁ ତଥ୍ୟ ଏବଂ ପ୍ରମାଣ ରହିବା ଉଚିତ୍। ଆର୍ଯ୍ୟନଙ୍କ ହ୍ୱାଟସଆପ ଚାଟରେ ଆନ୍ତର୍ଜାତୀୟ ଡ୍ରଗ୍ ରାକେଟ୍ ସହ ଜଡିତ ତଥ୍ୟ ମିଳିବା ନେଇ ମନେଶିନ୍ଦେ କହିଛନ୍ତି ଯେ, ଏନ୍‌ସିବି ଅତ୍ୟଧିକ ଗୁରୁତର ଅଭିଯୋଗ କରୁଛନ୍ତି। କିନ୍ତୁ ଏନେଇ ପ୍ରମାଣ ଥିବା ଦରକାର। ଅଦାଲତ ଆର୍ଯ୍ୟନଙ୍କ ଚାଟ୍ ଦେଖିପାରିବେ। ସେଥିରେ ସେ ଡ୍ରଗ୍ ବିଷୟରେ କଥା ହୋଇନାହାନ୍ତି। ଅନ୍ୟଠାରୁ ଜବତ କରାଯାଇଥିବା ଜିନିଷ ଆର୍ଯ୍ୟନନଙ୍କ ବିରୋଧରେ ବ୍ୟବହାର କରାଯାଇପାରିବ ନାହିଁ।