Odia News Portal

ଆଜି କାହିଁକି ଫ୍ୟାମିଲକୋର୍ଟରେ ହାଜର ହେଲେନି ବର୍ଷା?

କଟକ: ଓଲିଉଡ଼ ଷ୍ଟାର କପୁଲ ବର୍ଷା ଏବଂ ଅନୁଭବଙ୍କ ବିବାଦ ଛିଣ୍ଡିବାର ନାଁ ଧରୁନି । ଆଜି ଅନୁଭବ ଫ୍ୟାମିଲକୋର୍ଟରେ ହାଜର ହୋଇଥିବା ବେଳେ ବର୍ଷା ଫ୍ୟାମିଲକୋର୍ଟରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି । ତେବେ ବର୍ଷା କାହିଁକି ଆସିଲେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ସବୁଠାରୁ ବଡ଼ କଥା ହେଉଛି ବର୍ଷା ଏଭଳି ଅନେକଥର ଫ୍ୟାମିଲକୋର୍ଟରେ ହାଜର ହୋଇନାହାଁନ୍ତି । ତେବେ ସେ କାହିଁକି ଆସୁନାହାଁନ୍ତି ତାକୁ ନେଇ ସୋସିଆଲ ମିଡିଆରେ ଅନୁଭବଙ୍କ ପ୍ରଂଶସକମାନେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି ।

ଶେଷଥର ଲାଗି ଗତ ୧୦ ତାରିଖରେ ଫ୍ୟାମିଲକୋର୍ଟରେ ହାଜର ହୋଇଥିଲେ ଉଭୟ । ହେଲେ କୌଣସି ସମାଧାନ ହୋଇନଥିଲା । ଆଜିକୁ ତାରିଖ ରହିଥିଲା । ଅନୁଭବ ଫ୍ୟାମିଲକୋର୍ଟରେ ହାଜର ହୋଇଥିବା ବେଳେ ବର୍ଷା କିନ୍ତୁ ଆସିନଥିଲେ । ଅଗଷ୍ଟ ୧୦ ତାରିଖରେ ପୁଣିଥରେ ହାଜର ହେବା ଲାଗି କୁହାଯାଇଛି । ତେବେ ଉଭୟଙ୍କ ମାମଲାରେ କେବେ ପୂଣ୍ଣଚ୍ଛେଦ ପଡ଼ିବ ତାଉପରେ ରହିଛି ସମସ୍ତଙ୍କ ନଜର ।