Odia News Portal

କନ୍ଧମାଳକୁ ପୁଣି ଫେରିଛି ଶୀତ


କନ୍ଧମାଳକୁ ପୁଣି ଫେରିଛି ଶୀତ । ଦୁଇ ଦିନ ହେବ କନ୍ଧମାଳରେ ଶୀତର ଲହରୀ ଲାଗି ରହିଛି । ବିଭିନ୍ନ ଅଂଚଳରେ ଏବେ ଶୀତ ବଢିବାକୁ ଲାଗିଲାଣି । ସକାଳ ୯ ଟା ବେଳକୁ ମଧ୍ୟ ଘନ କୁହୁଡିରେ ଘୋଡାଇ ହୋଇ ରହୁଛି ସାରା ସହର । ଘନ କୁହୁଡି ପାଇଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ସେପଟେ ନିଜକୁ ଫିଟ ରଖିବା ପାଇଁ ଲୋକମାନେ ମର୍ଣ୍ଣି ୱାକ , ଯୋଗ , ବ୍ୟାୟମ, କରିବା ପାଇଁ ଭିଡ ଦେଖିବାକୁ ମିଳିଛି । ଶୀତ ଦିନେ ଚା ଦୋକାନରେ ମଧ୍ୟ ଭିଡ ଦେଖିବାକୁ ମିଳିଛି
.