Odia News Portal

ଜାରୀ ଦେଲା ନୂଆ ନିୟମ

କରୋନା ମହାମାରୀ ମଧ୍ୟରେ ଆମେରିକା (ଯୁକ୍ତରାଷ୍ଟ୍ର) ଯିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ହ୍ୱାଇଟ ହାଉସ ଦ୍ୱାରାଜାରି ବିବୃତ୍ତିରେ କୁହାଯାଇଛି ଯେ ନଭେମ୍ବର ୮ପରେ ସମସ୍ତ ବିଦେଶୀ ସଂପୂର୍ଣ୍ଣ ଟିକାକରଣ କରିଥିବା ନାଗରିକମାନଙ୍କୁ ଆମେରିକା ଆସିବାକୁ ଅନୁମତି ଦିଆଯିବ । ଅର୍ଥାତ୍ ଯେଉଁମାନେ ସ୍ୱୀକୃତିପ୍ରାପ୍ତ ଟିକାକରଣର ଉଭୟ ଡୋଜ ନେଇଛନ୍ତି ସେମାନଙ୍କୁ ଅନୁମତି ମିଳିବ ।

ରାଷ୍ଟ୍ରପତି ଜୋ ବିଡେନ ଏହି ଆଦେଶରେ ଦସ୍ତଖତ କରିଛନ୍ତି । ହ୍ୱାଇଟ ହାଉସର ବିବୃତ୍ତି ଅନୁଯାୟୀ, ପିଲାମାନଙ୍କୁ ବର୍ତ୍ତମାନ ଟିକା ଦେବାର ଆବଶ୍ୟକତା ନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକାର ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଲୋକଙ୍କୁ ଆରାମ ଦେବ । ଜାନୁଆରୀ ୨୦୨୦ରେ ଚାଇନାରୁ ଆସୁଥିବା ଯାତ୍ରୀମାନଙ୍କ ସହିତ ପ୍ରତିବନ୍ଧକ ଆରମ୍ଭ ହୋଇଥିଲା ।