Odia News Portal

ଲାଭ ବଦଳରେ ଶରୀରରକୁ ଅଧିକ କ୍ଷତି ପହଞ୍ଚାଇ ଥାଏ ଏହି ଫଳ

ଖରାଦିନେ ଖାସ୍ କରି ଲୋକମାନେ ଅଧିକ ତରଭୁଜ ଖାଇଥାନ୍ତି । ତରଭୁଜ ସହଜରେ ବିଭିନ୍ନ ସ୍ଥାନରେ କମ୍ ଦାମରେ ମଧ୍ୟ ମିଳିଥାଏ । ତରଭୁଜରେ  ପ୍ରଚୁର ପରିମାଣରେ ପାଣି ଥାଏ । ତେଣୁ ଖରାଦିନରେ ତରଭୁଜ ଖାଇବା ଦ୍ବାରା ଡିହାଇଡ୍ରେସନ୍ ଏବଂ ଉତ୍ତାପ ଆଘାତରୁ  ଆପଣଙ୍କୁ  ରକ୍ଷା ମିଳିଥାଏ । ଏହି ଫଳ କେବଳ ଗ୍ରୀଷ୍ମ ଋତୁରେ ଶୋଷ ମେଣ୍ଟାଏ ନାହିଁ, ବରଂ ଥକ୍କାପଣକୁ ମଧ୍ୟ ଦୂର କରିଥାଏ।

କୋଷ୍ଠକାଠିନ୍ୟ, ଚାପ, ଓଜନ ହ୍ରାସ, ଆଖି ସମସ୍ୟା, ହୃଦ ରୋଗ, ରକ୍ତଚାପ, ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ତରଭୁଜ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରକୁ ଅଧିକ ଲାଭ ଦେଉଥିବା ସତ୍ତ୍ବେ, କିଛି ଲୋକଙ୍କ ପାଇଁ ଏହାର ସେବନ ଅଧିକ କ୍ଷତି ପହଞ୍ଚାଇଥାଏ  ।

ତରଭୁଜରେ ଅଧିକ ଜଳର ପରିମାଣ ଥାଏ । ଏହା ବ୍ୟତୀତ ଫାଇବର, ଶକ୍ତି, କାର୍ବୋହାଇଡ୍ରେଟ୍,ସୁଗାର, ଲାଇକୋପିନ୍, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, ନିୟାସିନ୍, ଜିଙ୍କ, ଥିଆମିନ୍, ଭିଟାମିନ୍ ଏ, ବି ୬, ସି, ଇ ଇତ୍ୟାଦି ମଧ୍ୟ ତରଭୁଜରେ ଅଧିକ ଥାଏ ।