Odia News Portal

ଆସନ୍ତୁ ଜାଣିବା ହିମୋଗ୍ଲୋବିନ୍ କମିବା ଦ୍ୱାରା କେଉଁ ସମସ୍ୟା ହୋଇଥାଏ

ଶରୀରରେ ହିମୋଗ୍ଲୋବିନ୍ କମିବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ହାଲିଆ ଲାଗିଥାଏ, ଭୋଗ କମ୍ ଲାଗିବା ସହ ଅଧିକାଶଂ ସମୟରେ କିଛି କାମ କରିବା ପାଇଁ ମଧ୍ୟ ଇଛା ହୋଇ ନଥାଏ । ଏହି କୋଷଗୁଡ଼ିକ ଶରୀରରେ ଅମ୍ଳଜାନ ବହନ କରିଥାଏ । ଅମ୍ଳଜାନ ପରିବହନ ବ୍ୟତୀତ, ହିମୋଗ୍ଲୋବିନ୍ କାର୍ବନ ଡାଇଅକ୍ସାଇଡ୍ କୋଷରୁ ଫୁସଫୁସକୁ ନେଇଥାଏ । ଯେଉଁ କାରଣରୁ ଆମେ ନିଶ୍ୱାସ ନେବାବେଳେ ଶରୀରରୁ କାର୍ବନ ଡାଇଅକ୍ସାଇଡ୍ ବାହାରିଥାଏ । ହିମୋଗ୍ଲୋବିନ୍ କମିବା ଦ୍ୱାରା ଶରୀର ପାଇଁ ଏହି କାର୍ଯ୍ୟ କରିବା କଷ୍ଟକର ହୋଇ ପଡିଥାଏ । ତେବେ ହିମୋଗ୍ଲୋବିନ୍ ବଢାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ ।

.ପ୍ରତିଦିନ ଅଙ୍ଗୁର, ନାସପାତି, ନଡ଼ିଆ ପାଣି, ପାଳଙ୍ଗ ଶାଗ, ଜାମୁକୋଳି, ଗୁଡ଼, ଛେନା ଆଜି ଖାଆନ୍ତୁ, ମିଲେଟ୍, କିସମିସ୍, ଖାଇବା ଦ୍ୱାରା ହିମୋଗ୍ଲୋବିନ୍ ବଢିଥାଏ । ସେହିପରି ପ୍ରତ୍ୟେକ ଦିନ ୫ରୁ ୬ଟି ତୁଳସୀ ପତ୍ର ଖାଆନ୍ତୁ । ନଚେତ୍ ଚା’ରେ ମଧ୍ୟ ତୁଳସୀ ପତ୍ର ପକାଇ ପିଇପାରିବେ । ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ଶରୀରେ ହିମୋଗ୍ଲୋବିନ୍ ପରିମାଣ ମଧ୍ୟ ବଢାଇଥାଏ । ପିଜୁଳି ଖାଇଲେ ମଧ୍ୟ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ ।