Odia News Portal

ପଢ଼ନ୍ତୁ ଶରୀରରେ ଅମ୍ଳଜାନ ସ୍ତର କମିଲେ କଣ ସବୁ ଲକ୍ଷଣ ଦେଖାଯାଏ ଏବଂ ଏହାର ସମାଧାନ

ଭୁବନେଶ୍ୱର: ଅମ୍ଳଜାନ ଅଭାବରୁ ଅନେକଙ୍କ ମୃତ୍ୟୁ ହୋଇଯାଉଛି । କରୋନାର ଦ୍ୱିତୀୟ ଲହରରେ ମଧ୍ୟ ଅମ୍ଳଜାନର ଅଭାବକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ତେବେ ଶରୀରରେ ଅମ୍ଳଜାନ ଅଭାବ ହେଲେ କିପରି ଜାଣିବେ । ଏନେଇ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଶରୀରରେ ଅମ୍ଳଜାନ ସ୍ତର କମିଲେ କଣ କଣ ସବୁ ଲକ୍ଷଣ ଦେଖାଯାଏ ଏବଂ କିପରି କରିବେ ଏହାର ସମାଧାନ ।

ଲକ୍ଷଣ:
ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା: ଶରୀରରେ ହଠାତ୍ ଅମ୍ଳଜାନ ସ୍ତର କମିଗଲେ କରୋନା ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ। ରୋଗୀ ଛାତିରେ ଯନ୍ତ୍ରଣା, ଲଗାତାର କାଶ ଓ ଅଣନିଶ୍ୱାସୀ ଲାଗିବା ଓ ପ୍ରବଳ ମୁଣ୍ଡବିନ୍ଧା ଅନୁଭବ କରନ୍ତି। ତେବେ ଯଦି କରୋନା ରୋଗୀଙ୍କ ଠାରେ ଏଭଳି ଲକ୍ଷଣ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଯଥାଶୀଘ୍ର ତାଙ୍କୁ ଡାକ୍ତରଖାନାରେ କରାନ୍ତୁ।
ଚେହେରା ନୀଳ ପଡ଼ିଯିବା: ଯଦି ଶରୀରରେ ଅମ୍ଳଜାନର ଅଭାବ ଥାଏ, ତେବେ ରୋଗୀଙ୍କ ଚେହେରାର ରଙ୍ଗ ନୀଳ ହେବାକୁ ଲାଗେ ଏବଂ ଓଠ ମଧ୍ୟ ନୀଳ ହୋଇଯାଏ। ଏହାକୁ ସିଆନୋସିସ୍ ର ଲକ୍ଷଣ ବି କୁହାଯାଏ। ବାସ୍ତବରେ ସୁସ୍ଥ ଅମ୍ଳଜାନଯୁକ୍ତ ରକ୍ତ ହେତୁ ଆମ ଚର୍ମ ଲାଲ କିମ୍ବା ଗୋଲାପୀ ଦେଖାଯାଏ। କିନ୍ତୁ ଯେତେବେଳେ ଶରୀର ଅମ୍ଳଜାନ ହରାଇବାକୁ ଲାଗେ, ସେତେବେଳେ ଏହିପରି ଲକ୍ଷଣ ଦେଖାଯାଏ।

କ’ଣ କରିବେ:
ଅମ୍ଳଜାନ ସ୍ତର ଯାଞ୍ଚ କରନ୍ତୁ: ଦିଲ୍ଲୀ ଇଓଗଝର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଅନୁଯାୟୀ ହୋମ କ୍ୱାରେଣ୍ଟାଇନରେ ଥିବା ରୋଗୀମାନେ ସେମାନଙ୍କର ଅମ୍ଳଜାନ ସ୍ତରକୁ ଯାଞ୍ଚ କରିବା ଉଚିତ୍। ଏଥିପାଇଁ ଘରେ ଏକ ପଲ୍ସ ଅକ୍ସିମିଟର ରଖନ୍ତୁ ଏବଂ ଏହାକୁ ହାତର ଆଙ୍ଗୁଳିରେ ଲଗାଇ ଅକ୍ସିଜେନ ଲେଭଲ ମାପନ୍ତୁ। ଯଦି ଆପଣଙ୍କ ଅକ୍ସିଜେନ ଲେଭଲ୍ ୯୪ରୁ ଅଧିକ ଅଛି, ତେବେ ଆପଣ ବିପଦରୁ ଦୂରେରେ ଅଛନ୍ତି।
କେତେବେଳେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିବେ: କରୋନା ଦ୍ୱିତୀୟ ଲହରରେ ବ୍ୟକ୍ତି ସଂକ୍ରମିତ ହେବା ମାତ୍ରେ ଅକ୍ସିଜେନ ଲେଭଲ ସ୍ତର କମିଯାଉଛି। ଏଭଳି ସ୍ଥିତିରେ ରୋଗୀଙ୍କ ଝକ୍ଟ୍ରଙ୨ ସ୍ତର ଯଦି ୯୪ ରୁ ୧୦୦ ଭିତରେ ରହୁଛି ତେବେ ଏହା ସୁସ୍ଥ ଥିବାର ଲକ୍ଷଣ। କିନ୍ତୁ ଯଦି ଏହାର ଲେଭଲ ୯୪ରୁ ତଳକୁ ଯାଉଛି ତେବେ ଏହା ହାଇପୋକ୍ସୋମିଆର କାରଣ ହୋଇପାରେ। ଏଭଳି କ୍ଷେତ୍ରରେ ଆପଣଙ୍କ ଶରୀରରେ ଅନେକ ସମସ୍ୟା ହୋଇପାରେ। ଆଉ ଯଦି ଅକ୍ସିୁଜେନ ସାଚୁରେଶନ ଲେଭଲ ୯୦ରୁ ତଳକୁ ଯାଏ ତେବେ ଜୀବନ ବି ଯାଇପାରେଯ ତେଣୁ ଏଭଳି ପରିସ୍ଥିତି ଦେଖାଦେଲେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ।
ଅମ୍ଳଜାନ ସ୍ତର ୯୧ ରୁ ୯୪ ମଧ୍ୟରେ ରହିଲେ କ’ଣ କରିବେ: ଯଦି ରୋଗୀର ଅମ୍ଳଜାନ ସ୍ତର ୯୧ ରୁ ୯୪ ମଧ୍ୟରେ ଥାଏ, ତେବେ ଘରେ ପ୍ରୋନିଂ ଏକ୍ସରସାଇଜ୍ କରନ୍ତୁ। ତେବେ ଏହି ପ୍ରେନିଂ ଏକ୍ସରସାଇଜ କେମିତି ହୁଏ ଏହାର ସୂଚନା ଆପଣ ଇଣ୍ଟରନେଟରେ ସହଜରେ ପାଇଯିବେ। ତେବେ ଏହି ବ୍ୟାାୟମ କରିବା ଦ୍ୱାରା ରୋଗୀଙ୍କ ଶରୀରର ଅ୍ଳଜାନ ସ୍ତର ବୃଦ୍ଧି ହୋଇଥାଏ।