Odia News Portal

ଏମିତିକା ଝିଅଙ୍କୁ ପୁଅମାନେ ଭଲ ପାଇବାକୁ ବାଧ୍ୟ ହୋଇଥାନ୍ତି

ଭୁବନେଶ୍ୱର: ଗୋଟିଏ ସୁନ୍ଦର ବା ସୁସ୍ଥ ସମ୍ପର୍କର ଆରମ୍ଭ ଆକର୍ଷଣରୁ ଆରମ୍ଭ ହୋଇଥାଏ । ଏହି ଆକର୍ଷଣ କେବେ ଗୋଟିଏ ଝିଅର ସୁନ୍ଦରତାରୁ ହୋଇଥାଏ ତ ପୁଣି କେବେ ଏହି ଆକର୍ଷଣ ଇନର ବିୟୁଟି ବା ମଣିଷର ଗୁଣ ବା ସ୍ୱଭାବରୁ ହୋଇଥାଏ ।

ପୁଅମାନେ ଯେମିତି ଝିଅ ମାନଙ୍କୁ ନିଜ ବ୍ୟକ୍ତିତ୍ୱ ବା ଲୁକ୍ ରେ ଆକର୍ଷିତ କରିବାକୁ ଚାହାନ୍ତି ଠିକ ସେହିପରି ଝିଅ ମାନେ ମଧ୍ୟ ପୁଅ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚାହାନ୍ତି । ତେବେ ଆସନ୍ତୁ ଜାଣିବା ମହିଳା ମାନଙ୍କ ପାଖରେ କଣ ସେହି ଗୁଣ ବା ସ୍ୱଭାବ ରହିଥାଏ ଯାହା ପୁରୁଷ ମାନଙ୍କୁ ଅତି ସହଜରେ ଆକର୍ଷିତ କରିପାରେ ଏବଂ ଏମିତି ଝିଅ ମାନଙ୍କୁ ପୁଅ ମାନେ ଭଲ ପାଇବାକୁ ବାଧ୍ୟ ହୋଇଯାଆନ୍ତି ।

ବିୟୁଟି ୱିଥ୍ ବ୍ରେନ
ସାଧାରଣତଃ ପୁଅ ମାନଙ୍କୁ ସେମିତି ଝିଅ ମାନେ ବେଶି ପସନ୍ଦ ଆସନ୍ତି ଯେଉଁମାନେ ବୁଦ୍ଧିମାନ ହେବା ସହିତ ଚତୁର ମଧ୍ୟ ହୋଇଥାନ୍ତି । ତେଣୁ ଯେଉଁ ଝିଅ ମାନେ ସୁନ୍ଦର ହେବା ସହିତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି ସେବାନଙ୍କୁ ପୁଅ ମାନେ ଅଧିକ ପସନ୍ଦ କରନ୍ତି 

ଫିଟନେସ୍
ପୁଅମାନେ ସବୁବେଳେ ଚାହାନ୍ତିକି ସେମାନଙ୍କ ପାର୍ଟନର ଅତ୍ୟଧିକ ମୋଟା ନହୁଅନ୍ତୁ । ପତଳା ଝିଅ ମାନେ ଟିକେ ଅଧିକ ସୁନ୍ଦର ଦେଖାଯାଆନ୍ତି । ସେଥିପାଇଁ ପୁଅମାନେ ଫିଟ ରହୁଥିବା ଝିଅ ମାନଙ୍କୁ ବେଶି ପସନ୍ଦ କରନ୍ତି ।

ରୋଷେଇ ଜାଣିଥିବା ଝିଅ
ସବୁ ପୁଅଙ୍କୁ ଘରୋଇ ଖାଇବା ବେଶ ପସନ୍ଦ ହୋଇଥାଏ । ପୁଅମାନେ ଟିକେ ଖାଦ୍ୟ ପ୍ରିୟ ମଧ୍ୟ ହୋଇଥାନ୍ତି । କଥାରେ ଅଛି ମଣିଷର ମନର ରାସ୍ତା ତା ପେଟ ଦେଇ ଆସିଥାଏ । ତେଣୁ ରୋଷେଇ ଜାଣିଥିବା ଝିଅଟି ପାଇଁ ପୁଅଙ୍କୁ ଆକର୍ଷିତ କରିବା ବହୁତ ସହଜ ହୋଇଯାଏ ।

ମ୍ୟୁଜିକ୍
ଝିଅ ମାନଙ୍କର ସଙ୍ଗୀତ ପ୍ରେମ ମଧ୍ୟ ପୁଅମାନଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିପାରେ । ଆଉ ଭଲ ଗୀତ ଗାଉଥିବା ଝିଅମାନଙ୍କ ପାଖରେ ଖୁବ ଶୀଘ୍ର ପୁଅମାନେ ନିଜ ମନ ହାରି ବସନ୍ତି ।