Odia News Portal

ଜାଣନ୍ତୁ ତୁଳସୀ ପତ୍ରର ଉପକାରିତା

ଭୁବନେଶ୍ୱର: ତୁଳସୀକୁ ହନ୍ଦୁ ଧର୍ମରେ ଏକ ପବିତ୍ର ପଦାର୍ଥ ରୂପେ ମନାଯାଇଥାଏ । ତେବେ ଏହି ତୁଳସୀ ପତ୍ରର ଅନେକ ଗୁଡିଏ ଉପକାରିତା ରହିଛି । ଆଜି ଆମେ ଆପଣଙ୍କୁ ଆମର ଲେଖା ମାଧ୍ୟମରେ ଜଣାଇବୁ ଏହି ତୁଳସୀ ପତ୍ରର କଣସବୁ ରହିଛି ଉପକାରିତା ।

ତୁଳସୀରେ ପ୍ରାକୃତିକ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି। ଚା’ରେ ତୁଳସୀ ପତ୍ର ପକାଇ ପିଇବା ଦ୍ବାରା ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ। ତୁଳସୀ ସେବନ କରିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ପ୍ରତ୍ୟେକ ଦିନ ୨ରୁ ୪ଟି ପତ୍ର ଖାଇବା ଉଚିତ। ଅଧିକ ପତ୍ର ଖାଇବା ଦ୍ବାରା ପେଟ ଗରମ ହୋଇଯାଏ।
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
– ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।
– ଓଜନ ହ୍ରାସ କରିବା ପାଇଁ ଏହା ଏକ ପ୍ରାକୃତିକ ଉପଚାର।
– ଏଥିରେ ଆବଶ୍ୟକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି।
– ଏହାସହ ତୁଳସୀ ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ, ଫସଫରସ, ଭିଟାମିନ ସିର ଏକ ଉତ୍ତମ ସ୍ରୋତ।
– ନିୟମିତ ତୁଳସୀ ଚା’ ପିଇବା ଦ୍ୱାରା , ଖାଲି ପେଟରେ ୩ ରୁ ୪ଟି ତୁଳସୀ ପତ୍ର ଖାଇବା ଦ୍ୱାରା କିମ୍ବା ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଆପଣଙ୍କୁ ସୁସ୍ଥ ରଖିବା ପାଇଁ ବେଶ ସହାୟକ ହୋଇଥାଏ।
– ତୁଳସୀ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ।
– ଓଜନ ପାଇଁ ଏହି ପ୍ରକାରେ ତୁଳସୀକୁ ବ୍ୟବହାର କରନ୍ତୁଟ୍ଟ.
– ଏକ ପାତ୍ରରେ ଏକ ଗ୍ଲାସ ପାଣିରେ ତୁଳସୀର ୪ ରୁ ୫ଟି ପତ୍ର ପକାଇ ବତୁରାଇ ରଖନ୍ତୁ। ସକାଳେ ଏହାକୁ ଛାଣି ପିଅନ୍ତୁ।