Odia News Portal

ବର୍ଷିବ ଆଉ ୧୨ ଘଣ୍ଟା


ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ମଧ୍ୟରାତ୍ରୀ ସୁଦ୍ଧା ଏହା ପଶ୍ଚିମବଙ୍ଗରେ ପହଞ୍ଚିବ । ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରଭାବରେ ୧୨ଘଣ୍ଟା ଯାଏଁ ବର୍ଷା ଜାରି ରହିବ । ଆଉ ୧୨ଘଣ୍ଟା ପରେ ବର୍ଷା ପରିମାଣ କମିବ । ଦକ୍ଷିଣରୁ ଯାଇ ଉତ୍ତର ପୂର୍ବ ଓଡିଶାରେ ବର୍ଷା ବଢିବ । ଦକ୍ଷିଣ ଓଡିଶାର ଉପକୂଳ ଜିଲ୍ଲାରେ ୬ଘଣ୍ଟା ଯାଏଁ ବର୍ଷା ହେବ । ବର୍ତ୍ତମାନ ୪୫ରୁ ୫୫ କିମି ବେଗରେ ପବନ ବହୁଛି ।

ରାତିରେ ପବନର ବେଗ କମି ୩୦ ରୁ ୪୦ କିମି ରହିବ । ତେବେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଗତ ୪ଘଂଟା ମଧ୍ୟରେ ପାରାଦିପରେ ସର୍ବାଧିକ ୬୩ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଥିବା ସମୟରେ ବେଳେ ବେଳେ ୬୫ କିଲୋମିଟର ଝଟକା ଅନୁଭୁତ ହେଉଛି । ଉତର ଉପକୂଳ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଂଟା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।