Odia News Portal

ସରୋଗେସି ମାଧ୍ୟମରେ ବାପା ହେବାକୁ ଚାହୁଁଛନ୍ତି ଦବଙ୍ଗ ଖାନ୍

ନିକଟରେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସରୋଗେସି ମାଧ୍ୟମରେ ଦୁଇ ଯମଜ ସନ୍ତାନର ମାଆ ହୋଇଛନ୍ତି। ଏହି ଖୁସି ଖବରକୁ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ ସେୟାର କରିଛନ୍ତି। ତାଙ୍କ ଖୁସି କହିଲେ ନସରେ। ତାଙ୍କ ପ୍ରଶଂସକମାନେ ଏବଂ ସେଲିବ୍ରିଟିମାନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହା ସହିତ ଅନେକ ଲୋକ ଫ୍ୟାନ୍ସମାନେ ତାଙ୍କ ଚଳଚ୍ଚିତ୍ର ‘ଚୋରୀ ଚୋରୀ ଚୁପକେ ଚୁପକେ’ କୁ ମନେ ପକାଇଛନ୍ତି ।  ଯେଉଁଥିରେ ପ୍ରୀତି ସଲମାନ ଖାନ ଏବଂ ରାନୀ ମୁଖାର୍ଜୀଙ୍କ ପାଇଁ ଏକ ସରୋଗେଟ୍ ମାଆର ଭୂମିକାରେ ଅଭିନୟ କରିଥିଲେ। ଏଥି ସହିତ ବଲିଉଡର ସବୁଠାରୁ ଯୋଗ୍ୟ ପ୍ରସିଦ୍ଧ ଅଭିନେତା ସଲମାନ ଖାନ ମାଧ୍ୟମରେ ଏହି ପଦ୍ଧତି ମାଧ୍ୟମରେ ପିତା ହୋଇଛନ୍ତି।

ସଲମାନ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ସମ୍ପର୍କରେ ଥିଲେ। ହେଲେ ଯେତେବେଳ ବିବାହର ପ୍ରଶ୍ନକୁ ନେଇ କୁହାଯାଏ । ସେତେବେଳେ ସେ ଏହାକୁ ଅଣଦେଖା କରୁଥିବା ଦେଖାଯାଏ। କିନ୍ତୁ ସଲମାନଙ୍କୁ ଏକ ରିଆଲିଟି ଶୋରେ ବିବାହକୁ ନେଇ କିଛି ପ୍ରଶ୍ନରେ କୁହାଯାଇଥିଲା , ଏହାକୁ ନେଇ ସେ କହିଥିଲେ କି – ‘ମୁଁ କେବେ ବିବାହ କରିବି ଜାଣି ନାହିଁ, କିନ୍ତୁ ମୁଁ ନିଶ୍ଚିତ ଭାବରେ ପିତା ହେବାକୁ ଚାହେଁ’। ସଲମାନଙ୍କ ଏହି ବିବୃତ୍ତି ସରୋଗେସିର ବିକଳ୍ପ ବାଛିବା ଦିଗକୁ ସୂଚାଉଛି ବୋଲି ଜଣାପଡୁଛି ।

ଏହା ବ୍ୟତୀତ, ସଲମାନ ଖାନ ବିଗ୍ ବସ୍ -୧୪ ର ସେଟରେ ଏହି ବିଷୟରେ ସୂଚନା ଦେଇଛନ୍ତି। ଯେତେବେଳେ ରାନୀ ଶୋ’ରେ ତାଙ୍କ ଫିଲ୍ମ ‘ବଣ୍ଟି ଅର ବାବଲି ୨’ର ପ୍ରମୋସନ୍ କରିବାକୁ ଆସିଥିଲେ, ସେତେବେଳେ ସେ ସଲମାନଙ୍କୁ ଏକ ମଜାଳିଆ ପଚାରିଥିଲେ-‘ ଗତଥର ତୁମେ ମୋତେ କହିଥିଲ ଯେ ତୁମର ପିଲା ହେବ କହିଥିଲ , କାହିଁ ସେ ପିଲାଟି ଏବେ କେଉଁଠାରେ? ଏନେଇ ‘ ସଲମାନ କହିଛନ୍ତି- ‘ସେ ଏପର୍ଯ୍ୟନ୍ତ ପ୍ରକ୍ରିୟାରେ ଅଛନ୍ତି । ଏହା ଶୁଣି କିଛି ପରେ ରାନୀ ସଲମାନଙ୍କୁ କହିଲେ- ‘ବଣ୍ଟି ଅର ବାବଲି -୩ ଆସି ଯାଇଛି ଏତିକି ବେଳକୁ ତ ପିଲା ଆସିବା ଯିବା ଉଚିତ୍ ଏହା ଶୁଣିବା ପରେ ସଲମାନ କହିଥିଲେ ଯେ- ‘ସେତେବେଳକୁ ଗୋଟିଏ ନୁହେଁ ଦୁଇଜଣ ହେବ ତାହା ପୁଣି ବଣ୍ଟି ଏବଂ ବବଲି ଆସିବେ