Odia News Portal

୨୫ଟି ଦେଶକୁ ମାଡିଗଲାଣି ‘ଓମିକ୍ରନ’


ଦେଶରୁ ଦେଶକୁ ଡେଉଁଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଏପର୍ୟ୍ୟନ୍ତ ବିଶ୍ୱର ୨୫ ରାଷ୍ଟ୍ରରୁ ୨ଶହରୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ବୁଧବାର ଆମେରିକାର କାଲିଫର୍ଣ୍ଣିଆରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ସେ କିଛି ଦିନ ତଳେ ଦକ୍ଷିଣଆଫ୍ରିକାରୁ ଫେରିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଜିନମ ସିକୁଏନସିଂ ପରେ ସେ ଓମିକ୍ରନ ପ୍ରଜାତି ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସେହିପରି ୟୁଏଇରୁ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣଙ୍କ ଆଫ୍ରିକୀୟ ନାଗରୀକ ଓ ସେ ନିକଟରେ ୟୁଏଇକୁ ଆସିଥିଲେ । ଆଗକୁ ଅନ୍ୟ ଦେଶରୁ ମଧ୍ୟ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବାର ସମ୍ଭାବନା ଥିବା କହିଛନ୍ତି ହୁ ମୁଖ୍ୟ ।