Odia News Portal

ଅଗ୍ନିକାଣ୍ଡ; ଜଳିଗଲା ୧୦ ବାଇକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ କାର୍ୟ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ୧୦ରୁ ଅଧିକ ବାଇକ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।ଗତକାଲି ରାତିରେ କାମାକ୍ଷାନଗର ଅବକାରୀ କାର୍ୟ୍ୟାଳୟର ପଛପାଖରେ ନିଆଁ ଲାଗିଯାଇଥିଲା। କାର୍ୟ୍ୟାଳୟରେ ନିଆଁ ଲାଗିବା ସମୟରେ ଅବକାରୀ କର୍ମଚାରୀମାନେ ଚଢ଼ାଉ ପାଇଁ ବାହାରକୁ ଯାଇଥିଲେ। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ।ତେବେ କାମାକ୍ଷାନଗର ଅବକାରୀ କାର୍ୟ୍ୟାଳୟରେ ନିଆଁ କିପରି ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅବକାରୀ କାର୍ୟ୍ୟାଳୟ ପରିସରରେ ଜବତ ହୋଇ ରହିଥିବା ବାଇକ୍‌ ଗୁଡ଼ିକ ଜଳି ପୋଡ଼ି ପାଉଶଁ ହୋଇଯାଇଥିଲା।