Odia News Portal

ଆଜିଠୁ ଶୁଖିଲା ରହିବ ପାଗ

ଆଜିଠୁ କୋହଲା ପାଗରୁ ଓଡିଶା ବାସୀଙ୍କୁ ମିଳିବ ନିସ୍ତାର । ଗୁରୁଚାପ ବଳୟରେ ବର୍ଷା ହେଉଥିଲା।ଏହାର ପ୍ରଭାବ କମିଥିବାରୁ ରାଜ୍ୟରେ ପାଗର ପରିବର୍ତ୍ତନ ଆସିଛି । ଆଜିଠୁ ଆସନ୍ତା ୬ ଦିନ ଯାଏ ଓଡ଼ିଶାର ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିସହ ସ୍ୱାଭାବିକ ତାପମାତ୍ରାଠାରୁ ରାତିର ତାପମାତ୍ରା କମିବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ଭିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆସନ୍ତା ୪୮ ଘଣ୍ଟାରେ ରାତିର ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ । ଯାହା ଫଳରେ ଶୀତ ସାମାନ୍ୟ ବଢିପାରେ । ବର୍ତ୍ତମାନ ଜଳୀୟ ବାଷ୍ପର ମାତ୍ରା ଅଧିକ ରହିଥିବାରୁ ଘନ କୁହୁଡି ଦୃଶ୍ୟମାନ ହେଉଛି ଏବଂ ଆକାଶ ନିର୍ମଳ ମଧ୍ୟ ରହିଛି । ଏଥିସହ କୋହଲା ପାଗରେ ମଧ୍ୟ ପରିବର୍ତ୍ତନ ଆସିଛି । ତେବେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୨୦୦ରୁ ୫୦ ମିଟର ମଧ୍ୟରେ ରହିବ। ତେଣୁ ଗମନାଗମନରେ ବାଧା ଉପୁଜିବାକୁ ଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।