Odia News Portal

ଓଡ଼ିଶାରେ ଆତଙ୍କୀ

 କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀକୁ କ୍ରାଇମବ୍ରାଞ୍ଚର ଏସଟିଏଫ ଗିରଫ କରିଛି ।  ଗିରଫ ଜଣକ ଇଶାନ ବୁଖାରୀ ହୋଇଥିବାବେଳେ ତାକୁ ଯାଜପୁର ଜିଲ୍ଲା ଧର୍ମଶାଳାରୁ ଗିରଫ କରାଯାଇଛି । ଠକେଇ ଓ ଦେଶ ବିରୋଧୀ ତତ୍ତ୍ୱ ସହ ଲିଙ୍କ ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ ୧୦୦ରୁ ଊଦ୍ଧ୍ୱର୍ ଡକୁ୍ୟମେଣ୍ଟ ଜବତ କରାଯାଇଛି । ନିଜକୁ ସେ ପିଏମଓ ଅଧିକାରୀ ଓ ଏନଆଇଏ ଅଧିକାରୀଙ୍କ ନିକଟତମ କହୁଥିଲା । ବହୁ ଲୋକଙ୍କୁ ସେ ଡାକ୍ତର ପରିଚୟ ଦେଉଥିଲା । ଅଭିଯୁକ୍ତ ବୁଖାରୀ ୬/୭ ଜଣ ଯୁବତୀଙ୍କୁ ବିବାହ କରିଥିବା ସୂଚନା ମିଳିଛି । କାଶ୍ୱମୀର, ୟୁପି, ମହାରାଷ୍ଟ୍ର ଓ ଓଡ଼ିଶାର ଯୁବତୀଙ୍କୁ ସେ ବିବାହ କରିଛି । ବିଭିନ୍ନ ୱେବସାଇଟ ଓ ଆପରେ ମଧ୍ୟ ସେ ଯୁବତୀଙ୍କ ସହ ସମ୍ପର୍କ ରଖୁଥିଲା । କେରଳର କିଛି ସନ୍ଦିଗ୍ଧ ଓ ପାକିସ୍ତାନୀଙ୍କ ସହ ବି ସେ ଯୋଗାଯୋଗରେ ଥିଲା । ଠକେଇ ମାମଲାରେ ବୁଖାରୀ କାଶ୍ମୀର ପୁଲିସର ୱାଣ୍ଟେଡ ତାଲିକାରେ ଥିଲା ।୨୦୧୮ରୁ ସେ ଓଡ଼ିଶାରେ ରହିଆସୁଥିବା କ୍ରାଇମବ୍ରାଞ୍ଚ ଆଇଜି ସୂଚନା ଦେଇଛନ୍ତି ।