Odia News Portal

ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଆଇସିସି ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ସୋମବାର ଦିନ ୧୧ଟା ୪୫ରେ ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବେ ଖଡ଼ଗେ । ସେଠାରୁ ୫ହଜାର ବାଇକ୍ ରାଲିରେ ଆସି କଂଗ୍ରେସ ଭବନରେ ପହଞ୍ଚିବେ । ଏହାପରେ ସେଠାରୁ ବିରାଟ ଶୋଭାଯାତ୍ରାରେ ଆସିବେ ଲୋୟର ପିଏମଜିରେ ଆୟୋଜିତ ସଭାସ୍ଥଳକୁ। ଓଡିଶା ବଞ୍ଚାଅ ସମାବେଶ ଆୟୋଜନରେ ଯୋଗ ଦେବେ । ଯେଉଁଥିରେ ହଜାର ହଜାର କର୍ମୀ ସାମିଲ ହେବା ନେଇ ଲକ୍ଷ୍ୟ ରଖିଛି ଦଳ।