Odia News Portal

କରୋନା କଡ଼ ଲେଉଟାଇବା ପରେ ପୁଣି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

କରୋନା କଡ଼ ଲେଉଟାଇବା ପରେ ପୁଣି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। କରୋନା ପାଇଁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ରହିଛି। ଏଥିରେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଭିଡ଼ ବା ଗହଳିକୁ ଯିବା ବେଳେ ମୁହଁରେ ମାସ୍କ ଲଗାଇବାକୁ କୁହାଯାଇଛି। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣିି ଫେରିଛି ମାସ୍କ ଗାଇଡଲାଇନ୍।ଏନେଇ ଟୁଇଟ କରି ସ୍ୱାସ୍ଥ୍ୟ ବିଭାଗ ମାସ୍କ ପିନ୍ଧିବାକୁ ନିବେଦନ କରିଛି ।

କରୋନାର ନୂଆ ଭାରିଆଣ୍ଟ ଅଧିକ ମାରାତ୍ମକ ବୋଲି ଦାବି କରାଯାଉଥିବା ବେଳେ ଏହି ୪ବର୍ଗର ଲୋକଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଉଛି।
୧. ଏକାଧିକ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି।
୨. ୬୦ ବା ତଦୁର୍ଦ୍ଧ ବୟସ୍କ ବ୍ୟକ୍ତି।
୩. ମେଦବହୁଳ ବ୍ୟକ୍ତି।
୪. କରୋନା ଟିକା ନେଇନଥିବା ବ୍ୟକ୍ତି।
ଯଦି ଆପଣ ଏହି ବର୍ଗରେ ଆସୁଛନ୍ତି, ତେବେ ସତର୍କ ରହିବା ଆରମ୍ଭ କରନ୍ତୁ। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଆବଶ୍ୟକ ଥିବା ନିୟମ ପାଳନ କରନ୍ତୁ। ଥଣ୍ଡା ବା ଜ୍ବର ହେଲେ ପରୀକ୍ଷା ନିଶ୍ଚିତ ଭାବେ କରନ୍ତୁ। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କୋଭିଡ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିବା ପରେ ଉପରୋକ୍ତ ପରାମର୍ଶ ଦେଇଥିଲେ।