Odia News Portal

କାନ୍ଥ ନେଇଗଲା ପୁଅର ଜୀବନ, ବାପା-ମାଆ ଗୁରୁତର

ଜଳେଶ୍ୱର ପଶ୍ଚିମବାଡ଼ ଅଞ୍ଚଳରେ ଅଭାବନୀୟ ଘଟଣା । କାନ୍ଥ ପଡି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି । ଶେଖ ସମିରୁଦ୍ଦିନ ଓ ତାଙ୍କ ସ୍ତ୍ରୀ ଅସିମା ବିବି ଏବଂ ତାଙ୍କ ପୁଅ ଶେଖ ଆରିଫ ଘର ପାଖ ରାସ୍ତା କଡରେ ବସିଥିଲେ । ଏହି ସମୟରେ ପଡୋଶୀ ଘରର ମାଟି କାନ୍ଥ ହଠାତ ସେମାନଙ୍କ ଉପରେ ଓଲଟି ପଡିଥିଲା ।

ତିନି ଜଣ ଯାକ ମାଟି ଭିତରେ ଚାପି ହୋଇ ରହି ଯାଇ ଥିଲେ । ଚିତ୍କାର ଶୁଣି ସମସ୍ତଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ ଲୋକେ । ଘଟଣାସ୍ଥଳରେ ପୁଅ ଶେଖ ଆରିଫଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଏବଂ ମା ଗୁରୁତର ହୋଇ ଥିଲେ । ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଜଳେଶ୍ୱର ହସପିଟାଲରେ ଭର୍ତ୍ତି କରାଇଥିଲେ ।