Odia News Portal

କାହିଁକି ଇସ୍ତଫା ଦେଲେ କାରଣ କହିଲେ ସିଦ୍ଧୁ

ସ୍ତଫା ପରେ ମୁହଁ ଖୋଲିଛନ୍ତି ନବଜୋତ ସିଂ ସିଦ୍ଧୁ । ଆଜି ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଟ୍ବିଟ କରିଥିବା ଭିଡିଓରେ ସେ ସତ୍ୟ ପାଇଁ ଲଢ଼େଇ ଜାରି ରଖିବି ବୋଲି କହିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ମୁଁ ପଞ୍ଜାବର କଲ୍ୟାଣ ପାଇଁ ଲଢ଼ୁଛି । ମୁଁ ଏହା ଉପରେ କଦାପି ଆପୋଷ ବୁଝାମଣା କରି ନାହିଁ । ମୁଁ ବ୍ୟକ୍ତିଗତ ଏଜେଣ୍ଡା ପାଇଁ କଦାପି ଯୁଦ୍ଧ କରେ ନାହିଁ । ମୁଁ ହାଇକମାଣ୍ଡକୁ ଭୁଲ୍ ମାର୍ଗଦର୍ଶନ କରିପାରିବି ନାହିଁ । ମୁଁ କୌଣସି ବଳିଦାନ ପାଇଁ ପ୍ରସ୍ତୁତ । ପଞ୍ଜାବ ସରକାରରେ ନୂତନ ନିଯୁକ୍ତି ସମ୍ପର୍କରେ ସିଦ୍ଧୁ କହିଛନ୍ତି ଯେ, କଳଙ୍କିତ ନେତା ତଥା କଳଙ୍କିତ ଅମଲାତନ୍ତ୍ରଙ୍କ ସହ ଆମେ ଏକ ନୂତନ ବ୍ୟବସ୍ଥା ଚଳାଇ ପାରିବୁ ନାହିଁ ।