Odia News Portal

କୁକୁଡ଼ା ଖିଆକୁ କେନ୍ଦ୍ର କରି ଡବଲ ମର୍ଡର

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେବଲାଙ୍ଗ ଥାନାର ଅମାରୂଢି ଗ୍ରାମରେ କୁକୁଡ଼ା ଖାଇବାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ଶନିବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗାଁ ନିକଟ ନାଳରେ ଦୁଇଟି ଶବକୁ ଅଭିଯୁକ୍ତ ଲୁଚାଇ ରଖିଥିଲା । ଅଭିଯୁକ୍ତ ହେଲେ ଅମାରୂଢି ଗ୍ରାମର ଜୁରା ମୁଣ୍ଡା (୩୫) । ମୃତକ ଦୁଇ ଜଣ ହେଲେ ଅମାରୂଢି ଗ୍ରାମର ସାଧୁ ଚରଣ ବୁରୱେଲି (୨୪) ଓ ଜଙ୍କ ସୁଣ୍ଡି (୪୫) ।

ସୂଚନା ମୁତାବକ ଶନିବାର ଏକ ମଲା କୁକୁଡ଼ା ଅଭିଯୁକ୍ତ ଖାଇବା ପରେ ସେହି ଗ୍ରାମର ଦୁଇ ଜଣ ଯୁବକଙ୍କ ସହିତ ବଚସା ହୋଇଥିଲା । ଯେଉଁଥିରେ ଉତ୍ତକ୍ଷିପ୍ତ ହୋଇ ଅଭିଯୁକ୍ତ ସେହି ଦିନ ରାତିରେ ଟାଙ୍ଗିଆ ଧରି ଦୁଇଜଣଙ୍କୁ ହତ୍ୟା କରିଥିଲା । ଘର ଲୋକ ଖୋଜାଖୋଜି କରିବା ପରେ କୌଣସି ପତ୍ତା ପାଇ ନଥିଲେ । ପରେ ଅଭିଯୁକ୍ତ ନିଜେ କେ ବଲାଙ୍ଗ ଥାନାକୁ ଆସି ଆତ୍ମସମର୍ପଣ କରିବା ସହ ଘଟଣା ବିଷୟରେ ଜଣାଇବା ପରେ ଅଭିଯୁକ୍ତକୁ ଅଟକ ରଖି ଘଟଣାସ୍ଥଳକୁ ପୁଲିସ ଯାଇ ଦୁଇଟି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।