Odia News Portal

କୃଷି ଭବନରେ ବିଲ୍‌ ଗେଟ୍‌ସ; ବିଭିନ୍ନ ଯୋଜନାର କଲେ ଅନୁଧ୍ୟାନ

ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଏହି ଅବସରରେ କୃଷି ଭବନ ବୁଲି ଦେଖିଲେ ବିଲ୍‌ ଗେଟ୍‌ସ । ଏଥିସହ କୃଷି ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନାର ମଧ୍ୟ ଅନୁଧ୍ୟାନ କରିଛନ୍ତି ବିଲ୍‌ ଗେଟ୍‌ସ । ବୈଷୟିକ ପ୍ରଣାଳୀରେ ଚାଷୀଙ୍କ ଉନ୍ନତି ନେଇ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟଯେ, କୃଷି ବିଭାଗର ପରାମର୍ଶଦାତା ଅଛନ୍ତି ବିଲ୍‌ ଗେଟ୍‌ସ ।

ସେପଟେ ଲୁମ୍ବିନୀ ବିହାର ମା’ ମଙ୍ଗଳା ବସ୍ତିରେ ବୁଲିଛନ୍ତି ମଧ୍ୟ ବିଲ ଗେଟ୍‌ସ। ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କୁ ଭେଟି ଆଲୋଚନା କରିବା ସହ ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଆଜି ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି । ଏଥିସହ କୃଷି ଭବନରେ ଥିବା କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ ବିଲ୍ ଗେଟ୍ସ ।