Odia News Portal

କୋର୍ଟରେ ହାଜର ହେଲେ ସୋମାଲିକା

ଜଗତସିଂହପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେଲେ ସୋମାଲିକା । ପୋଲିସ ଚାର୍ଜସିଟ୍ ଉପରେ ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀ ସୋମାଲିକାଙ୍କୁ କୋର୍ଟଙ୍କ ନୋଟିସ୍ କ୍ରମେ ସେ ମଙ୍ଗଳବାର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇଛନ୍ତି । ସୋମାଲିକା କୋର୍ଟରେ ହାଜର ହୋଇ ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି ।
ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାସ ଜଗତସିଂପୁର ଥାନାରେ କେଶ ନଂ ୩୯୭/୨୦୨୨ରେ ଅଭିଯୋଗ କରିଥିଲେ । ଅଭିଯୋଗରେ ବିଧାୟକ ଏକାଧିକ ଝିଅମାନଙ୍କ ସହିତ ଅନୈତିକ କାରବାର କରୁଥିବା ଦର୍ଶାଯାଇଥିଲା । ପୋଲିସ କୋର୍ଟରେ ଦାଖଲ କରିଥିବା ଫାଇନାଲ୍ ରିପୋର୍ଟରେ ବିଧାୟକଙ୍କ ବିରୁଦ୍ଧରେ ହୋଇଥିବା ଏଭଳି ଅଭିଯୋଗର କୌଣସି ପ୍ରମାଣ ନଥିବା ଦର୍ଶାଇଥିଲା । ସୋମାଲିକାଙ୍କୁ କୋର୍ଟଙ୍କ ପକ୍ଷରୁ ନୋଟିସ୍‍ ହୋଇଥିଲା । ୨୭ ଫେବୃଆରୀ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ଜଗତସିଂହପୁର ଏସ୍‌ଡିଜେଏମ୍‍ କୋର୍ଟ । କୋର୍ଟରେ ହାଜର ହୋଇ ପୋଲିସର ଶେଷ ରିପୋର୍ଟ ଉପରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମଙ୍ଗଳବାର କେଶକୁ ରିଓପନ କରିବାକୁ ସୋମାଲିକା ତାଙ୍କ ଓକିଲଙ୍କ ମାଧ୍ୟମରେ ଜଗତସିଂହପୁର ଏସ୍‌ଡିଜେଏମ୍ କୋର୍ଟରେ ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି ।