Odia News Portal

ଘର ମରାମତି ପାଇଁ ଟଙ୍କା ଦେବେ ସରକାର

ବିଜୁ ପକ୍କାଘର ହିତାଧିକାରୀଙ୍କୁ ମିଳିବ ଘର ମରାମତି ପାଇଁ ଟଙ୍କା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଲାଖାଏଁ ଦେବେ ।
ଆଜି କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ବିଭିନ୍ନ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପାଇଥିବା ପକ୍କା ଘର ଏବଂ ଖଣି ଅଞ୍ଚଳର ପକ୍କା ଘର ହିତାଧିକାରୀଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ । ସେହିପରି କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ୫ ହଜାର ଟଙ୍କା ଲେଖାଁଏ ଦେବେ । ସହାୟତା ବାବଦ ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଏଥିପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏହାଦ୍ବାରା ରାଜ୍ୟର ୩୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣାକୁ ନେଇ ବିରୋଧୀ କଟାକ୍ଷ କରିଛନ୍ତି ।