Odia News Portal

ଚୌଧୁରୀ ଚରଣ ସିଂଙ୍କ ସମେତ ଏହି ବ୍ୟକ୍ତିବିଶେଷମାନଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନରେ ଆଜି (୩୦ ମାର୍ଚ୍ଚ ୨୦୨୪)ରେ ଆୟୋଜିତ ଏକ ପାରମ୍ପରିକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି। ସେ ନିମ୍ନ ବ୍ୟକ୍ତିବିଶେଷମାନଙ୍କୁ ଭାରତ ରତ୍ନରେ ସମ୍ମାନିତ କରି ଅଛନ୍ତି:

– ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି।

ସ୍ୱର୍ଗତ ପି.ଭି. ନରସିଂହ ରାଓଙ୍କ ପକ୍ଷରୁ ତାଙ୍କ ପୁଅ ପି.ଭି. ପ୍ରଭାକର ରାଓ ଭାରତ ରତ୍ନ ଗ୍ରହଣ କରିଥିଲେ।

– ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱର୍ଗତ ଚୌଧୁରୀ ଚରଣ ସିଂଙ୍କ ପକ୍ଷରୁ ତାଙ୍କ ନାତି ଜୟନ୍ତ ସିଂ ଭାରତ ରତ୍ନ ଗ୍ରହଣ କରିଥିଲେ।

– ବିଶିଷ୍ଟ କୃଷିବୈଜ୍ଞାନିକ ଡକ୍ଟର ଏମ.ଏସ୍‌. ସ୍ୱାମୀନାଥନଙ୍କୁ ମଧ୍ୟ ମରଣୋତ୍ତର ଭାବେ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। ସ୍ୱର୍ଗତ ଡକ୍ଟର ଏମ.ଏସ୍‌. ସ୍ୱାମୀନାଥନଙ୍କ ପକ୍ଷରୁ ତାଙ୍କ ସୁପୁତ୍ରୀ ଡକ୍ଟର ନିତ୍ୟା ରାଓ ଭାରତ ରତ୍ନ ଗ୍ରହଣ କରିଥିଲେ।

କର୍ପୂରୀ ଠାକୁରଙ୍କୁ ମଧ୍ୟ ମରଣୋତ୍ତୋର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି। ସ୍ୱର୍ଗତ କର୍ପୂରୀ ଠାକୁରଙ୍କ ପକ୍ଷରୁ ତାଙ୍କ ପୁଅ ରାମନାଥ ଠାକୁର ଭାରତ ରତ୍ନ ସମ୍ମାନ ଗ୍ରହଣ କରିଥିଲେ।