Odia News Portal

ଟ୍ରେନ ଟଏଲେଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଟ୍ରେନ ଟଏଲେଟରେ ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ । ରାଜାରାଣୀ ଏକ୍ସପ୍ରେସ ଟଏଲେଟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ଗତକାଲି ରାତି ପ୍ରାୟ ୧୨ ଟା ବେଳେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ବେକରେ ଗାମୁଛା ଲଗାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି GRP । ମୃତକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ।