Odia News Portal

ଦୁଇ ହାତୀ ଦାନ୍ତ ଜବତ : ୩ ଗିରଫ

 ବୁଧବାର ନୟାଗଡ଼ ବନ ବିଭାଗ ଗଣିଆ ଥାନା ଅଞ୍ଚଳରୁ ଦୁଇଟି ହାତୀ ଦାନ୍ତ ଜବତ କରିଥିଲା। ସେହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଥିଲା। ଜେରା ବେଳେ ସେମାନେ ହାତୀ ଦାନ୍ତ ଶିକାର କରିଥିବା କହିଥିଲେ। ସେମାନଙ୍କ ବୟାନ୍‌ ଆଧାରରେ ଆଜି ବନ ବିଭାଗ ଦଶପଲ୍ଲା ରେଞ୍ଜ ବାଇଶି ପଲ୍ଲୀ ଜଙ୍ଗଲରେ ଚଢ଼ଉ କରି ହାତୀର ମୃତଦେହ ଜବତ କରିଥିଲା।ଅଭିଯୋଗ ଅନୁସାରେ ଶିକାରୀମାନେ ବାର୍‌ହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇଥିଲେ। ସେହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା ଗୋଟିଏ ଦନ୍ତାହାତୀ। ଶିକାରୀମାନେ ହାତର ଦାନ୍ତ କାଢ଼ି ନେଇଥିଲେ। ଆଉ ମୃତଦେହକୁ ଜଙ୍ଗଲରେ ଛାଡ଼ି ଯାଇଥିଲେ। ବନ ବିଭାଗ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ତଦନ୍ତରେ ବ୍ୟାଘାତ ହେବ ବୋଲି ଆଶଙ୍କା କରି ବନ ବିଭାଗ ଅଭିଯୁକ୍ତଙ୍କ ନାଁ ଘୋଷଣା କରୁନି।