Odia News Portal

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

ଦିନିକିଆ ଓଡିଶା ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ଆଜି ଅପରାହ୍ନରେ ଉଭୟଙ୍କର ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ବିଲ୍‌ ଗେଟ୍ସ । ନବୀନଙ୍କ ଆଲୋଚନା ବେଳେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଲ୍‌ ଗେଟ୍ସଙ୍କ ସହଯୋଗୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ଦିନିକିଆ ଗସ୍ତ ସାରି ଫେରିଯାଇଛନ୍ତି ବିଲ୍‌ ଗେଟ୍ସ ।

ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଆଜି ଦିନିକିଆ ଓଡ଼ିଶା ଗସ୍ତ ସାରି ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, କୃଷି ଓ କୃଷକଙ୍କ ବିକାଶ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ପ୍ରସଙ୍ଗରେ ଉଭୟ ଆଲୋଚନା କରିଛନ୍ତି । ପାଣିପାଗ ପରିବର୍ତ୍ତନ ଉପରେ ବିଲ ଗେଟ୍ସ ଲେଖିଥିବା ପୁସ୍ତକକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଭାବେ ପ୍ରଦାନ କରିଛନ୍ତି । ବିଲ ଗେଟ୍ସ ଓ ନବୀନଙ୍କ ଆଲୋଚନା ବେଳେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଲ ଗେଟ୍ସଙ୍କ ସହଯୋଗୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହା ପରେ ସେ ଫେରିଯାଇଛନ୍ତି । ଏହା ପୂର୍ବରୁ ବିଲ୍ ଗେଟ୍ସ ରାଜ୍ୟରେ ୪ଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଭୁବନେଶ୍ବର ଲୁମ୍ବିନୀ ବିହାରର ମା’ ମଙ୍ଗଳା ବସ୍ତି ସେ ପରିଦର୍ଶନ କରିଥିଲେ । ବସ୍ତି ବୁଲି ବିଲ୍‌ ଗେଟ୍ସ ଲୋକଙ୍କ ଜୀବନଶୈଳୀ ଦେଖିଥିଲେ । ସେମାନଙ୍କୁ ସେଠାରେ କଣ ସବୁ ମୌଳିକ ସୁବିଧା ମିଳୁଛି ସେ ବିଷୟରେ ପଚାରି ବୁଝିଥିଲେ । ଉନ୍ନୟନ କମିଶନର ଅନୁ ଗର୍ଗ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ସହରାଞ୍ଚଳର ବସ୍ତିବାସିନ୍ଦାଙ୍କ ପଦକ୍ଷେପ ବାବଦରେ ସେ ସୂଚନା ଦେଇଥିଲେ । ଏହାପରେ ବିଲ୍‌ ଗେଟ୍ସ ଓ ଟିମ କୃଷି ଭବନ ପରିଦର୍ଶନ କରିଥିଲେ । ଗେଟ୍ସ ଫାଉଣ୍ଡେସନ ସହାୟତାରେ ରାଜ୍ୟରେ ଚାଲିଥିବା ବିଭିନ୍ନ ଯୋଜନାର ସେ ସମୀକ୍ଷା କରିଥିଲେ ।