Odia News Portal

ନର୍ସରୀରୁ ନାବାଳିକାର ମୃତଦେହ ଉଦ୍ଧାର

ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗଚ ବାଇନିବାସ ନର୍ସରୀ ନିକଟରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି । ନାବାଳିକାକୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବାଇନିବାସ ଗାଁର ୪ର୍ଥ ଶ୍ରେଣୀ ଛାତ୍ର ୧୨ ଦିନ ହେବ ନିଖୋଜ ଥିଲେ । ରାତିରେ ଖାଇପିଇ ଘରେ ଶୋଇଥିବା ବେଳେ ସକାଳୁ ଉଠିବା ବେଳେ ସେ ଘରେ ନଥିଲେ । ଏବଂ ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କୈାଣସି ପତା ମିଳିନଥିଲା । ଏନେଇ ପରିବାର ଲୋକେ ମୁନିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଦୀର୍ଘ ୧୨ ଦିନ ପରେ ଜଙ୍ଗଲରେ ଏକ ମୃତଦେହ ପଡିଥିବା ନେଇ ଗାଁର କିଛି ଲୋକ ଦେଖିଥିଲେ । ଏବଂ ଖବର ପାଇ ପରିବାର ଲୋକେ ମୃତଦେହ ପାଖରେ ନିଜ ଝିଅର ପୋଷାକ ଦେଖି ନିଜ ଝିଅ ବୋଲି ଜାଣିପାରିଥିଲେ । ଏବଂ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ମୁନିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ଅଧକ ତଦନ୍ତ ଜାରି ରହିଛି । ଏବଂ ତାଙ୍କ ଝିଅକୁ କେହି ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ।