Odia News Portal

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। କୌଣସି ପୂର୍ବାଭାସ ନଥାଇ ସେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୁହାଯାଉଛି ଏହା ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହିତ ତାଙ୍କର ମତଭେଦ ହୋଇସାରିଛି। ରାଣା ଗୁରଜିତ ସିଂହଙ୍କୁ ମନ୍ତ୍ରୀ କରିବା ନେଇ ଏକ ଗୋଷ୍ଠୀ ନାପସନ୍ଦ କରିଥିଲେ। ସେମାନେ ଏହାକୁ ବିରୋଧ କରିଥିବା ବେଳେ ସିଦ୍ଧୁ ମଧ୍ୟ ସେମାନଙ୍କ ସପକ୍ଷରେ ଯାଇ ରାଣା ଗୁରଜିତଙ୍କୁ ମନ୍ତ୍ରୀ ନକରିବାକୁ ଚନ୍ନିଙ୍କୁ କହିଥିଲେ। ତେବେ ଚନ୍ନିଙ୍କ ତାଙ୍କ କଥା ମାନି ନଥିଲେ ବୋଲି କୁହାଯାଉଛି। ତେବେ ପ୍ରକୃତ କାରଣ କ’ଣ ଏଯାଏଁ ଜଣାପଡିନାହିଁ।