Odia News Portal

ପିକ୍‌ନିକ୍‌ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୩ ମୃତ, ୨୫ରୁ ଅଧିକ ଆହତ

ଟ୍ରକ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଚାଲିଗଲା ୩ଟି ଅମୂଲ୍ୟ ଜୀବନ । ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଶାଳଭଙ୍ଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଯାଇଛି । ପରେ ପରେ ଅନ୍ୟ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଟ୍ରକ୍-ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟ୍‌ ୩ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ମୋଟ୍‌ ୨୫ରୁ ଅଧିକ ଆହତ ହୋଇଛନ୍ତି । ୧୧ ଜଣ ଗୁରୁତର ଛାତ୍ରଛାତ୍ରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପିକ୍‌ନିକ୍‌ ଯାଉଥିଲେ । ପିକ୍‌ନିକ୍‌ ଯିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍‌ ଭିତରେ ୫୦ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି । ସେଥିମଧ୍ୟରୁ ଦୁର୍ଘଟଣାରେ ଆହତ ହୋଇ ୧୨ ଜଣ ଦଶପଲ୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।