Odia News Portal

ପୁରୀ ନୂଆନଇରେ ଭାସୁଛି ଯୁବକଙ୍କ ମୃତଦେହ

ପୁରୀ ନୂଆନଈରେ ଭାସୁଛି ଯୁବକଙ୍କ ମୃତଦେହ । ତେବେ ଯୁବକ ଜଣଙ୍କ ରବିବାର ନିଖୋଜ
ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ସୋମବାର ନୂଆନଈରୁ ତାଙ୍କ ମୃତଦେହ
ମିଳିଛି । ଖବର ପାଇ ପୁରୀ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି । ତେବେ ନିଖୋଜ
ଥିବା ଯୁବକଙ୍କୁ ହତ୍ୟା କରାଯାଇଛି ନାଁ ଏହା ପଛରେ ଅନ୍ୟ କଣ କାରଣ ରହିଛି ତାହା ତଦନ୍ତ
ପରେ ଜଣାପଡିବ ବୋଲି ପୋଲିସ କହିଛି। ମୃତ ଯୁବକ ହେଉଛନ୍ତି ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ
ସାନବନ୍ଧକେରା ଗ୍ରାମର ୨୨ ବର୍ଷ ବୟସ୍କ ଚିତ୍ତରଞ୍ଜନ ପଲେଇ।
ପୋଲିସ କହିବା ଅନୁଯାୟୀ, ଚିତ୍ତରଞ୍ଜନ ଦୁଇ ଦିନ ପୂର୍ବରୁ ତାଙ୍କର କିଛି ବନ୍ଧୁଙ୍କ ସହ ଭୋଜି
କରିବାକୁ ଆସିଥିବା ବେଳେ ଆଉ ଘରକୁ ଫେରିନଥିବା ପରିବାର ଲୋକେ ଅଭିଯୋଗ କରିଥିଲେ
। ତେବେ ସଦର ଅଞ୍ଚଳ ଗଡମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ପଡିଥିବା ବେଳେ ଜୋତା,
ମୋବାଇଲ ଇତ୍ୟାଦି ପୋଲିସ ରବିବାର ଜବତ କରିଥିଲା। ତେଣୁ ଏସବୁ ଘଟଣାକୁ ଦେଖିଲେ
ଚିତ୍ତରଞ୍ଜନକୁ ହତ୍ୟା କରାଯାଇଥିବା କିମ୍ବା ତାଙ୍କୁ ପାଣିରେ ବୁଡାଇ ଦିଆଯାଇଥିବା ପୋଲିସ
ସନ୍ଦେହ କରୁଛି। ଘଟଣାକୁ ନେଇ ସଦର ଥାନା ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା
କରୁଥିବା ବେଳେ ଅଧିକ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।
ତେବେ ଯୁବକ ଜଣଙ୍କ ବ୍ରହ୍ମଗିରି ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ
ଦାସବର୍ମାଙ୍କ ବ୍ୟକ୍ତିଗତ ପିଏସଓ ବୋଲି କୁହାଯାଉଛି ।