Odia News Portal

ପୁରୁଷ କ୍ରିକେଟରେ ସ୍ୱର୍ଣ୍ଣ ଜିତିଲା ଭାରତ

ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ୍ ହୋଇଥିଲା । ତେବେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା ଘୋଷଣା କରାଯାଇଛି । କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତ ୨୭ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୨ ପଦକରେ ପହଞ୍ଚିଛି। ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ। ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସ ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ଜିତିଲା ଭାରତ । ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ୍ ହୋଇଥିଲା । ତେବେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା ଘୋଷଣା କରାଯାଇଛି । କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତ ୨୭ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୨ ପଦକରେ ପହଞ୍ଚିଛି। ଆଜି ଫାଇନାଲ ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ବ୍ୟାଟିଂ କରିଥିବା ଅଫଗାନିସ୍ତାନ ପ୍ରଥମରୁ ବ୍ୟାଟିଂ ବିପର‌୍ୟ୍ୟୟର ସାମ୍ନା କରିଥିଲା। ମାତ୍ର ୧୨ ରନ୍‌ରେ ୩ ୱିକେଟ ହରାଇ ବ୍ୟାକଫୁଟ୍‌ରେ ରହିଥିଲା ଆଫଗାନିସ୍ତାନ। ତେବେ ବର୍ଷା କାରଣରୁ ମ୍ୟାଚ୍‌କୁ ଅଧାରୁ ବାତିଲ କରାଯାଇଥିଲା ।