Odia News Portal

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକ

 ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଦାମୋଦର ରାଉତ । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୫ଟା ୨୩ ମିନିଟରେ ଦାମ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ ପକ୍ଷରୁ ପ୍ରକାଶ କରାଯାଇଛି । ଦାମୋଦରଙ୍କ ଦେହାନ୍ତ ନେଇ ପୁଅ ସମ୍ବିତ ସୂଚନା ଦେଇଛନ୍ତି।

ଗୁରୁତର ଅବସ୍ଥାରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଦାମୋଦର । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଗତ ୧୮ ତାରିଖରେ ଦାମଙ୍କୁ ହୃଦଘାତ ହୋଇଥିଲା ବୋଲି ପୁଅ ସମ୍ବିତ ଗତକାଲି କହିଥିଲେ।