Odia News Portal

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, କଳାଭୂମିରେ ପ୍ରତିଷ୍ଠା ହେବ ଅକ୍ଷର ଭୂମି

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ନେଇ ଅନୁଷ୍ଠିତ ହୋଇଛି ପ୍ରେସମିଟ୍ । ଏହାକୁ ସମ୍ବୋଧିତ କରିଛନ୍ତି ସଂସ୍କୃତି ମନ୍ତ୍ରୀ ଏବଂ ସଚିବ । ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ହେବ ଏହି ସମ୍ମିଳନୀ । ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଅଧିକ ଲୋକପ୍ରିୟ କରିବାକୁ ଆଲୋଚନା ହେବ । ଆମ ଭାଷାକୁ ଅଧିକରୁ ଅଧିକ ଉପଯୋଗ ପାଇଁ ମାନସମନ୍ଥନ ହେବ । ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍ଜମା ହେବ । ଓଡ଼ିଆ ଭାଷାବିତ ମାନେ ଯୋଗଦେଇ ଆଲୋଚନା କରିବେ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀକୁ ନେଇ ସାରା ରାଜ୍ୟ ଉତ୍ସାହିତ । ସମ୍ମିଳନୀକୁ ସ୍ମରଣୀୟ ନିମନ୍ତେ ବିଶେଷ ବ୍ୟକ୍ତିବିଶେଷ ସମ୍ମାନିତ ହେବେ । ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ହେବେ । ସମ୍ମିଳନୀକୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ବାନ ।

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ କମିଶନରଙ୍କ ସୂଚନା । ଓଡ଼ିଆ ଭାଷା,ସାହିତ୍ୟ, ସଂସ୍କୃତି ବିଭାଗ କମିଶନରଙ୍କ ସୁଜାତା ଆର ପାଣ୍ଡିଆନ । ସମ୍ମିଳନୀରେ ୧୭ରେ ଅଧିବେଶନ ରହିଛି । ଓଡ଼ିଆ ଭାଷାରେ ବିଜ୍ଞାନର ସ୍ଥାନ ନେଇ ଆଲୋଚନା ହେବ । ଓଡ଼ିଆ ଭାଷାରେ ମହିଳା ସଶକ୍ତିକରଣ ସମ୍ପର୍କରେ ଆଲୋଚନା ହେବ । ଭାଷା ବିଶେଷଜ୍ଞଙ୍କ ସହ ସାଧାରଣ ଲୋକ ବି ସାମିଲ ହେବେ । ବିଶ୍ବର ଅନେକ ଦେଶରୁ ପ୍ରଫେସରମାନେ ଯୋଗଦେବେ । ମୁଖ୍ୟ ଆକର୍ଷଣ ସାଜିବ ଅସ୍ଥାୟୀ ମ୍ୟୁଜିୟମ । ଓଡ଼ିଆ ଭାଷାର ବିକାଶ ନେଇ ଦର୍ଶାଯିବ । ଭାଷା ସମ୍ମିଳନୀର ଥିମ୍ `ଭାଷା ହିଁ ଭବିଷ୍ୟତ’। ଛାତ୍ରଛାତ୍ରୀଙ୍କ ହେବ ଆସ ପଢିବା କାର୍ଯ୍ୟକ୍ରମ ।କଳାଭୂମିରେ ପ୍ରତିଷ୍ଠା ହେବ ଅକ୍ଷରଭୂମି ।ଭାଷାର କ୍ରମ ବିକାଶର ତଥ୍ଯ ରହିବ । ପ୍ରଥମ ଖବର କାଗଜ, ପ୍ରିଣ୍ଟିଂ ପ୍ରେସ, ସିନେମା ପୋଷ୍ଟର ପ୍ରଦର୍ଶିତ ହେବ । ସବୁ ପଞ୍ଚାୟତ, ବ୍ଲକ ସ୍ତରରେ ବି କାର୍ଯ୍ୟକ୍ରମ ହେବ । ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆସିଛି ।